Latest Odisha News

ଏମିତି ଏକ ମନ୍ଦିର,ଯାହା ସମ୍ପୂର୍ଣ୍ଣ କାଚରେ ନିର୍ମିତ

ଇନ୍ଦୋର: ଇନ୍ଦୋର ସହରରେ ରହିଛି କାଚର ମନ୍ଦିର, ଯାହା କେବଳ ମଧ୍ୟପ୍ରଦେଶ ନୁହେଁ ସମଗ୍ର ଦେଶରେ ପ୍ରସିଦ୍ଧ । ଏହି ମନ୍ଦିର ଆଧ୍ୟାତ୍ମିକତା ସହିତ ଏହାର ସ୍ଥାପତ୍ୟ, ଗଠନ ଏବଂ ସୌନ୍ଦର୍ଯ୍ୟ ପାଇଁ ବିଖ୍ୟାତ । ସେଥିଲାଗି ବର୍ଷ ତମାମ ଏଠାକୁ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ ।

ବାସ୍ତବରେ, ଇନ୍ଦୋରର ଏହି କାଚ ମନ୍ଦିର୧୧୦ ବର୍ଷ ପୁରୁଣା । ଏହି ମନ୍ଦିରର ସମସ୍ତ ଭିତର ଅଂଶ କାଚରେ ନିର୍ମିତ । ଛାତଠାରୁ ଖମ୍ବ, କବାଟ, ଝରକା ଆଦି ସବୁକିଛି କାଚରେ ତିଆରି । ବିଶେଷ କଥା ହେଉଛି ଏହି ମନ୍ଦିରରେ ଟିକେ ବି ସିମେଣ୍ଟ ବ୍ୟବହାର କରାଯାଇନାହିଁ । ଏହି ମନ୍ଦିରରେ ବ୍ୟବହୃତ ହୋଇଥିବା କାଚ ବେଲଜିୟମରୁ ଆମଦାନୀ ହୋଇଥିଲା ଏବଂ ଏହାକୁ ତିଆରି କରିଥିବା କାରିଗରମାନେ ଇରାନରୁ ଆସିଥିଲେ । ଏହି ମନ୍ଦିର ୧୯୧୩ ମସିହାରେ ଇନ୍ଦୋରର ‘ସାର୍ ସେଥ୍ ହୁକୁମଚାନ୍ଦ\’ ଦ୍ୱାରା ନିର୍ମାଣ ହୋଇଥିଲା । ଏହି ମନ୍ଦିରରେ ପୂଜା ପାଆନ୍ତି ପ୍ରଭୁ ଶାନ୍ତିନାଥ । ଏହି ମୂର୍ତ୍ତି କଳା ମାର୍ବଲରେ ନିର୍ମିତ । ଆଉ ଏଠାରେ ପୂଜା ପାଉଥିବା ଆଦିନାଥ ଏବଂ ଚନ୍ଦ୍ରପ୍ରଭୂ ଧଳା ମାର୍ବଲରେ ତିଆରି ହୋଇଛି ।

Leave A Reply

Your email address will not be published.