Latest Odisha News

ରାଘବ-ପରିଣୀତି ସମ୍ପର୍କରେ ମୋହର ମାରିଲେ ଆପ ଏମପି ସଞ୍ଜୀବ

ମୁମ୍ବାଇ:ଆମ ଆଦମୀ ପାର୍ଟିର ଯୁବନେତା ରାଘବ ଚଢ଼ା ଓ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉଭୟ ସେମାନଙ୍କ ସମ୍ପର୍କକୁ ନେଇ କୌଣସି ଖୁଲାସା କରି ନ ଥିଲେ ମଧ୍ୟ ଆପର ଏମପି ସଞ୍ଜୀବ ଆରୋରା ଏଥିରେ ମୋହର ଲଗାଇଛନ୍ତି । ମଙ୍ଗଳବାର ସକାଳ ୧୧ଟା ବେଳେ ସଞ୍ଜୀବ ଟୁଇଟ କରି ସେମାନଙ୍କୁ ଆଗୁଆ ଅଭିନନ୍ଦନ ଜଣାଇଛନ୍ତି । କେତେକ ମିଡିଆ ରିପୋର୍ଟସ ଅନୁସାରେ ରାଘବ ଓ ପରିଣୀତି ଇଂଲଣ୍ଡରେ ଏକତ୍ର ପଢ଼ୁଥିଲେ । ସେବେଠାରୁ ସେମାନେ ଭଲ ବନ୍ଧୁ ରହି ଆସିଛନ୍ତି । ପରିଣୀତି ମଂଚେଷ୍ଟରର ବିଜନେସ ସ୍କୁଲରେ ଓ ରାଘବ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ପାଠ ପଢ଼ୁଥିଲେ ।

ଉଭୟ ସେଠାରେ ଆଉଟଷ୍ଟାଣ୍ଡିଂ ଆଚିଭର୍ସ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ଉଭୟ ପରସ୍ପରକୁ ପସନ୍ଦ କରୁଥିବା ବେଳେ ସେମାନଙ୍କ ପରିବାର ମଧ୍ୟ ଏହି ସମ୍ପର୍କକୁ ନେଇ ରାଜି ଅଛନ୍ତି । ଖୁବ ଶୀଘ୍ର ସେମାନେ ସେମାନଙ୍କ ନିର୍ବନ୍ଧ ସମ୍ପର୍କରେ ଘୋଷଣା କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

Leave A Reply

Your email address will not be published.