Latest Odisha News

ଭାଙ୍ଗିଲା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ବନ୍ଧ, ୧୦ ଫୁଟର ଘାଇ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ବନ୍ଧ ଭାଙ୍ଗିଯିବାରୁ ଘାଇ ସୃଷ୍ଟି ହେଇଛି । ଗତକାଲି ବିଳମ୍ବିତ ରାତିରେ କୋକସରା ବ୍ଲକ ମାଝିଗୁଡା ନିକଟରେ ୧୦ ଫୁଟରୁ ଅଧିକ ଘାଇ ସୃଷ୍ଟି ହେଇଛି । ପ୍ରଥମ ବର୍ଷର ଜଳ ନିଷ୍କାସନ ବେଳେ କେନାଲ ବନ୍ଧ ଭାଙ୍ଗି ଯାଇଛି । ଶହ ଶହ ହେକ୍ଟର ଚାଷ ଜମିରେ ମାଡ଼ି ଯାଇଛି ପାଣି । ବ୍ୟାପକ କ୍ଷୟକ୍ଷିତ ହୋଇଛି ।

ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ଚଳିତବର୍ଷଠାରୁ କାର୍ଯ୍ୟକ୍ଷମ ହେବା ପରେ ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଲକର ଅଣଜଳସେଚିତ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ଛଡା ଯାଇଥିଲା । କିନ୍ତୁ ପ୍ରଥମ ବନ୍ୟା ଜଳ ବି ଧାରଣ କରିବାରେ ସକ୍ଷମ ହେଲାନି । ନିମ୍ନମାନର କାମ ହୋଇଥିବା ଯୋଗୁଁ କେନାଲ ବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ଲୋକ ।

ବର୍ତ୍ତମାନ ହେକ୍ଟର ହେକ୍ଟର ଜମି ଜଳମଗ୍ନ ହୋଇଛି । ଧାନବିଲରେ ପାଣି ମାଡ଼ି ବ୍ୟାପକ କ୍ଷୟକ୍ଷତି ହୋଇଛି । କୋକସରା ଓ ମାଝିଗୁଡା ଅଞ୍ଚଳର କ୍ଷତିଗ୍ରସ୍ତ ଚାଷି କ୍ଷତିପୂରଣ ଦାବି କରିଛନ୍ତି । କେନାଲ ବନ୍ଧ ଭାଙ୍ଗିବା ପାଇଁ ନିମ୍ନ ମାନର କାମ ଓ ଠିକା ସଂସ୍ଥାକୁ ଦାୟୀ କରିଛନ୍ତି ।

Comments are closed.