Latest Odisha News

BREAKING NEWS

କରୋନାରେ ମୃତ୍ୟୁବରଣ କରିଥିବା ମୋଟ ୨,୯୫୨ ଜଣ ରେଳ କର୍ମଚାରୀଙ୍କ ମଧ୍ୟରୁ ୯୮ ଜଣ ଟିକା ନେଇଥିଲେ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀରେ ରେଳବାଇର ୨,୯୫୨ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ୯୮ ଜଣ ଟିକା ଗ୍ରହଣ କରିଥିଲେ।

ଆରଟିପିସିଆର ଟେଷ୍ଟ କରାଇବା ପରେ ମୋଟ ୧,୫୭,୪୯୬ ଜଣ ରେଳ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୨,୯୫୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୋଟ ମୃତକଙ୍କ ମଧ୍ୟରୁ ୯୮ ଜଣ ଟିକା ନେଇଥିଲେ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ କହିଛନ୍ତି।

ମହାମାରୀ ଯୋଗୁଁ ଡ୍ୟୁଟି ସମୟରେ ପ୍ରାଣ ହରାଇଥିବା ଅନେକ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଭିତ୍ତିରେ ନିଯୁକ୍ତି ଦିଆଯାଇଥିବା ରେଳମନ୍ତ୍ରୀ କହିଛନ୍ତି।

ଏଯାବତ ରେଳ ବିଭାଗ କରୋନାରେ ପ୍ରାଣ ହରାଇଥିବା ୨,୯୫୨ ଜଣଙ୍କ ମଧ୍ୟରୁ ୨,୮୫୭ ଜଣଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ସେହିପରି ୧,୯୩୧ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ରେଳ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.