Latest Odisha News

BREAKING NEWS

Indravati Reservoir Gates Opened:ଖୋଲିଲା ଇନ୍ଦ୍ରାବତୀର ୨ ଗେଟ୍‌

ନବରଙ୍ଗପୁର: ସମ୍ଭାବ୍ୟ ବାତ୍ୟା ଓ ଆଗାମୀ ଦିନରେ ପ୍ରବଳ ବର୍ଷା ଆଶଙ୍କାରେ ନବରଙ୍ଗପୁର ଜିଲ୍ଲାରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଦୁଇଟି ଗେଟ ଖୋଲାଯାଇଛି । ପ୍ରାୟ ମାସକ ପରେ ଜଳଭଣ୍ଡାରର ଡ୍ୟାମ୍‌ର ୩ ଓ ୬ ନମ୍ବର ଗେଟ୍‌ରୁ ୧୩୩ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ଗେଟ ଖୋଲାଯିବା ସମୟରେ ଜଳଭଣ୍ଡାରର ଜଳସ୍ତର ୬୪୦ ମିଟର ରହିଥିଲା ।

ସୂଚନା ଯୋଗ୍ୟ, ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୪୨ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୪୦.୯ ମିଟର ରହିଛି ।

ସମ୍ଭାବ୍ୟ ଘୂର୍ଣ୍ଣିବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଭାବେ ଗେଟ ଖୋଲାଯାଇଥିବା ବେଳେ ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଇନ୍ଦ୍ରାବତୀ-କୋଲାବ ବେସିନ କାର୍ଯ୍ୟାଳୟ, ବାରିଣୀପୁଟର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଭାଗିରଥି ପାତ୍ରଙ୍କ ଉପସ୍ଥିତିରେ ବିଭାଗୀୟ ଅଧିକାରୀ ଡ୍ୟାମର ସ୍ଥିତି ଅନୁଧ୍ୟାନ ପରେ ଗେଟ ଖୋଲିବା ନିଷ୍ପତ୍ତି ନେଇଥିଲେ । ଜଳସ୍ତର ୬୩୯ ମିଟରକୁ ହ୍ରାସ ପାଇଲେ ଗେଟ ବନ୍ଦ କରାଯିବ । ଆଗାମୀ ଦିନରେ ବର୍ଷା ଓ ଜଳ ପ୍ରବାହକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଆବଶ୍ୟକ ପଡ଼ିଲେ ଅଧିକ ଗେଟ ଖୋଲାଯାଇପାରେ ।

Leave A Reply

Your email address will not be published.