Latest Odisha News

ବୋରୱେଲ ଭିତରେ ପଡିଗଲା ନବଜାତ ଶିଶୁ: ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

ସମ୍ବଲପୁର: ପୁଣି ବୋରୱେଲ ଗାତରେ ପଡିଲା ଶିଶୁ । ସମ୍ବଲପୁର ରେଙ୍ଗାଲି ନିକଟ ଲାରିପାଲି ଅଞ୍ଚଳରେ ଘଟିଛି ଏପରି ଘଟଣା ।  ବୋର୍‌ୱେଲ ଭିତରେ ପଡ଼ିଛି ନବଜାତ ଶିଶୁ । କେହି ଆଣି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି ।

ବୋରୱେଲ ଭିତରୁ ଶିଶୁକୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ ପହଞ୍ଚିଛନ୍ତି । ୩ଟି ଜେସିବି ଲଗାଇ ଖୋଳାକାମ ଚାଲିଛି । ପିଲାଟି ୧୫ ଫୁଟ ତଳେ ରହିଥିବା ଜଣାଯାଇଛି । ପିଲାଟି ସିଧା ପଡିଛି ଏବଂ ତାର ମୁଣ୍ଡ ତଳକୁ ରହିଛି । ପାଖରେ ଏକ ଝିଟିପିଟି ଥିବା ଜଣାଯାଇଛି ।

ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ପହଞ୍ଚିଛନ୍ତି । ପିଲାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି । ଖୁବଶୀଘ୍ର ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ବି ରଖାଯାଇଛି । ଉଦ୍ଧାର ପରେ ଶିଶୁକୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.