Latest Odisha News

BREAKING NEWS

ବଢିଲା ପୁରୀ-ପାଟନା ଏବଂ ଭୁବନେଶ୍ୱର- ଧାନବାଦ୍ ବିଶେଷ ଟ୍ରେନ ଅବଧି, ଜାଣନ୍ତୁ କେବେଯାଏଁ କରିବ ଚଳାଚଳ

ଜାନୁଆରୀ ୨୦୨୪ର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ ପାଟନା-ପୁରୀ ବିଶେଷ ଟ୍ରେନ । ବିଶେଷ ଟ୍ରେନର ସେବା ସମ୍ପ୍ରସାରଣ ଯାତ୍ରୀମାନଙ୍କୁ ଯାତ୍ରା ସୁବିଧା ଯୋଗାଇବ |

ଭୁବନେଶ୍ଵର: ସର୍ବସାଧାରଣଙ୍କ ପାଇଁ ଖୁସି ଖବର । ବଢିଲା ପୁରୀ-ପାଟନା ଏବଂ ଭୁବନେଶ୍ୱର- ଧାନବାଦ୍ ବିଶେଷ ଟ୍ରେନର ଅବଧି । ଜନସାଧାରଣଙ୍କ ଯାତ୍ରାପାଇଁ ସମସ୍ତ ସୁବିଧାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀଙ୍କ ଭିଡକୁ ଏଡ଼ାଇବାପାଇଁ ପୂର୍ବତଟ ରେଳ ବିଭାଗ ଏହି ନିଷ୍ପତି ନେଇଛି । ପୂର୍ବତଟ ରେଳ ପରିସୀମା ମଧ୍ୟରୁ ଯାତ୍ରା ପ୍ରାରମ୍ଭ କରୁଥିବା ବିଶେଷ ଟ୍ରେନ ଗୁଡିକର ସେବାକୁ ବୃଦ୍ଧି କରାଇବାକୁ ଏବଂ ଅଧିକ ସମୟ ଅବଧି ଚଳାଚଳ ପାଇଁ ନିମ୍ନଲିଖିତ ଭାବେ ନିଷ୍ପତ୍ତି ନିଆଯାଇଛି । ଏହି ବିଶେଷ ଟ୍ରେନ ପାଇଁ ସମୟ ସାରଣୀ ଓ ରହଣି ଷ୍ଟେସନ ପୂର୍ବ ଚଳାଚଳ ଅନୁଯାୟୀ ଅପରିବର୍ତ୍ତିତ ରହିବ |

BjdElectrycity

ପୁରୀ-ପାଟନା ସାପ୍ତାହିକ ବିଶେଷ ଟ୍ରେନ_

ପ୍ରତ୍ୟେକ ଶନିବାର ଦିନ ପୁରୀ ଠାରୁ ଛାଡୁଥିବା ୦୮୪୩୯ ପୁରୀ-ପାଟନା ସାପ୍ତାହିକ ବିଶେଷ ଟ୍ରେନ ୨୭ ଏପ୍ରିଲ୍, ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ । ସେହିପରି, ପ୍ରତ୍ୟେକ ରବିବାର ଦିନ ପାଟନା ଠାରୁ ଛାଡୁଥିବା ୦୮୪୪୦ ପାଟନା-ପୁରୀ ସାପ୍ତାହିକ ବିଶେଷ ଟ୍ରେନ ୨୮ ଏପ୍ରିଲ୍ ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ ।

ଭୁବନେଶ୍ୱର-ଧାନବାଦ୍ ବିଶେଷ ଟ୍ରେନ_

ପ୍ରତିଦିନ ପୁରୀ ଠାରୁ ଛାଡୁଥିବା ୦୨୮୩୨ ଭୁବନେଶ୍ୱର-ଧାନବାଦ୍ ବିଶେଷ ଟ୍ରେନ ୨୯ ଏପ୍ରିଲ, ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ। ସେହିଭଳି ଧାନବାଦ୍  ଠାରୁ ପ୍ରତିଦିନ ଛାଡୁଥିବା ୦୨୮୩୧ ଧାନବାଦ୍-ଭୁବନେଶ୍ୱର ସାପ୍ତାହିକ ବିଶେଷ ଟ୍ରେନ ୩୦ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ ।

ପାଟନା-ପୁରୀ ସାପ୍ତାହିକ ବିଶେଷ ଟ୍ରେନ_

ପାଟନା ଠାରୁ ପ୍ରତି ଗୁରୁବାର ଦିନ ଛାଡୁଥିବା ୦୩୨୩୦ ପାଟନା-ପୁରୀ ବିଶେଷ ଟ୍ରେନ ୨୫ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ। ସେହିଭଳି, ପୁରୀ ଠାରୁ ପ୍ରତ୍ୟକ ଶୁକ୍ରବାର ଦିନ ଛାଡୁଥିବା ୦୩୨୨୯ ପୁରୀ-ପାଟନା ସାପ୍ତାହିକ ବିଶେଷ ଟ୍ରେନ ୨୬ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ।

Leave A Reply

Your email address will not be published.