Latest Odisha News

BREAKING NEWS

କରୋନା ଆତଙ୍କ; ଆଖି ବୁଜିଲା ୨୯ ଦିନର ଶିଶୁ !

ଫିଲିପାଇନ୍ସ: କରୋନାଭାଇରସଠୁ ହାର୍ ମାନିଲା ବିଶ୍ୱର ସର୍ବକନିଷ୍ଠ ରୋଗୀ । କରୋନାଭାଇରସରେ ଆକ୍ରାନ୍ତ ୨୯ଦିନର ଶିଶୁଟି ମଙ୍ଗଳବାର ଦକ୍ଷିଣ ମାନିଲାର ବାତାଙ୍ଗାସ୍ ଅଂଚଳରେ ପ୍ରାଣ ହରାଇଥିଲା ।

ଦ ମାନିଲା ଟାଇମ୍ସର ରିପୋର୍ଟ ଅନୁଯାୟୀ ସ୍ୱାସ୍ଥ୍ୟମନ୍ତ୍ରୀ ମାରିଆ ରୋଜାରିଓ ଭେର୍ଗେରୀ ଏହି ଖବରକୁ ସ୍ୱୀକାର କରିବା ସହ ଶିଶୁଟି ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲା ବୋଲି ସ୍ପଷ୍ଟ କରିଥିଲେ । ତେବେ ସାନ୍ତା ଆନା ହସ୍ପିଟାଲରେ ଆଡମିଟ୍ କରିବା ପରେ ଶିଶୁଟି କୋଭିଡ୍‌-୧୯ ଦ୍ୱାରା ଆକ୍ରାନ୍ତ ବୋଲି ଟେଷ୍ଟ ପଜିଟିଭ ବାହାରିଥିଲା ।

ମାର୍ଚ୍ଚ ୨୬ରେ ଆମେରିକାର ହାର୍ଟଫୋର୍ଡରେ ଜଣେ ୬ ସପ୍ତାହର ଶିଶୁ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲା । ସେହିଭଳି ଏପ୍ରିଲ ୬ରେ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କଠାରୁ ସଦ୍ୟ ଜନ୍ମ ନେଇଥିବା ଶିଶୁର ମୃତ୍ୟୁ ହୋଇଥିଲେ ବି ତାକୁ କରୋନା ଭୂତାଣୁ ସଂକ୍ରମିତ ହୋଇନଥିଲା ।

ଫିଲିପାଇନ୍ସରେ ଅଦ୍ୟାବଧି ୫,୪୫୩ଟି ମାମଲା ସାମ୍ନାକୁ ଆସିଥିଲାବେଳେ ୩୪୯ଜଣଙ୍କର ମୃତ୍ୟୁ ଘଟିଛି । ତେବେ ବାତାଙ୍ଗାସର ୨୯ଦିନର ଶିଶୁ ହିଁ ବିଶ୍ୱର ସର୍ବକନିଷ୍ଠ ରୋଗୀ ଭାବେ ପ୍ରାଣ ହରାଇଛି ।

Comments are closed.