Latest Odisha News

BREAKING NEWS

ଅନଲାଇନ ଗେମ ନାଁରେ ପିଲାଙ୍କୁ କରାଯାଉଛି ଧର୍ମାନ୍ତର-ଗାଜିଆବାଦ ପୋଲିସର ବଡ ସୂଚନା

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦରେ ନାବାଳକଙ୍କ ଧର୍ମାନ୍ତର ସମ୍ପର୍କିତ ନୂଆ ନୂଆ ଖବର ପ୍ରତିଦିନ ସାମ୍ନାକୁ ଆସୁଛି । ଏ ସଂକ୍ରାନ୍ତରେ ପୁଣି ଏକ ନୂଆ ମାମଲା ଶୁଣିବାକୁ ମିଳିଛି । ଗାଜିଆବାଦ ସିଟି ଡିସିପି ନିପୁଣ ଅଗ୍ରୱାଲ ସୂଚନା ଦେଇ କହିଛନ୍ତି, ତାଙ୍କର ପାଖରେ ସୂଚନା ରହିଛି ଯେ, ଗୁଜରାଟର ଏକ ଇଲାକାର ୪୦୦ରୁ ଅଧିକ ପିଲାଙ୍କୁ ଧର୍ମ ପରିବର୍ତ୍ତନ କରାଯାଇଛି । ଏହାର କିଛି ଫଟୋ ଏବଂ ଭିଡିଓ ସେ ପାଇଛନ୍ତି । ତେବେ ଏହାର ସତ୍ୟାସତ୍ୟ ନେଇ ଅଧିକ ତଦନ୍ତ ଚାଲିଛି ।

ଏଠି କହିରଖିବୁ, ଗାଜିଆବାଦରେ ମେ’ ୩୦ ତାରିଖ କବି ନଗର ଥାନାରେ ଏକ ଏଫଆଇଆର ହୋଇଥିଲା । ଏହି ଏଫଆଇଆର ଅନୁଯାୟୀ, ପୋଲିସ ଜଣେ ମୌଲବୀଙ୍କୁ ଗିରଫ କରିଥିଲା । ହେଲେ ଅନ୍ୟ ଜଣେ ବ୍ୟକ୍ତି ଫେରାର ଥିଲେ । ଏହି ଅଭିଯୋଗ ଗାଜିଆବାଦର ଜଣେ ବ୍ୟକ୍ତି କରିଥିଲେ । ତାଙ୍କର ଅଭିଯୋଗ ଥିଲା ଯେ, ତାଙ୍କ ପୁଅକୁ ଅନଲାଇନ ଗେମ ନାମରେ ଧର୍ମାନ୍ତର କରାଯାଉଛି । ତାଙ୍କ ପୁଅ ଦିନରେ ୫ ଥର ଜିମ ଯାଉଛି କହି ମସଜିଦ ଯାଉଛି । ପୋଲିସ ଏହାର ତଦନ୍ତ କରିବା ପରେ ସତ ସାମ୍ନାକୁ ଆସିଛି ।

ପୋଲିସ ତଦନ୍ତରୁ ଜଣାଯାଇଛି, ପଞ୍ଜାବ ଓ ହରିଆଣାରେ ଅନଲାଇନ ଗେମ ନାମରେ କିଶୋରମାନଙ୍କୁ ଧର୍ମାନ୍ତର କରାଯାଉଛି । ପ୍ରଥମେ ଧର୍ମାନ୍ତର ପାଇଁ କିଶୋରମାନଙ୍କୁ ଏକ ଅନଲାଇନ ଗେମ ଖେଳିବାକୁ କୁହାଯାଉଛି । ସେମାନଙ୍କୁ କୁହାଯାଉଛି, ଯଦି ଜିତିବାକୁ ଚାହୁଁଛ ତେବେ ଏହାକୁ ପଢ । ତା ପରେ ଧୀରେ ଧୀରେ ଭିଡିଓ ଦେଖାଇ ପିଲାଙ୍କୁ ଧର୍ମାନ୍ତର ପାଇଁ ପ୍ରୋତ୍ସାହନ କରାଯାଉଛି । ସେମାନଙ୍କୁ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଯେତେବେଳେ ଏହି ପିଲାମାନେ ଇସଲାମ ଧର୍ମ ଗ୍ରହଣ କରି ନେଉଛନ୍ତି ସେତେବଳେ ସେମାନଙ୍କର ଆଫିଡେଭିଡ ବି କରି ଦେଉଛନ୍ତି । ଏହିପରି ଗୁଜରାଟର ପ୍ରାୟ ୪୦୦ ଜଣଙ୍କୁ ଧର୍ମାନ୍ତର କରାଯାଇଥିବା ସୂଚନା ରହିଛି ବୋଲି ଡିସିପି ।

Comments are closed.