Latest Odisha News

କେରଳ ଛୁଇଁଲା ମୌସୁମୀ; ଓଡ଼ିଶା ଆସିବାକୁ ବିଳମ୍ବ

 ନୂଆଦିଲ୍ଲୀ: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏ ନେଇ ସୂଚନା ଦେଇଛି ଆଇଏମଡି । ଆଜି  ଲକ୍ଷାଦ୍ୱୀପ ଓ କେରଳର ସବୁ ଅଞ୍ଚଳକୁ ମୌସୁମୀ ଛୁଇଁଛି । ମୌସୁମୀ ଦକ୍ଷିଣ-ପଶ୍ଚିମ ଅଭିମୁଖେ ଅଗ୍ରସର ହେଉଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର କୁହାଯାଇଛି ।  ବୁଧବାର କେରଳରେ ବିିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା । ଆଜି ବି ବର୍ଷା ସମ୍ଭାବନା ରହିଛି ।  ଏହା ପୂର୍ବାରୁ ମୌସୁମୀ ୯ ତାରିଖ କେରଳ ଛୁଇଁବ ବୋଲି ବିଭାଗ ପୂର୍ବାନୁମାନ କରିଥିଲା । ହେଲେ ଏହାର ଦିନକ ପୂର୍ବରୁ ଏହା କେରଳ ଛୁଇଁଛି ।

ଏ ସମ୍ପର୍କରେ ସୂଚନା ଦେଇ ଆଇଏମଡି ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି,  ମୌସୁମୀ ସକ୍ରିୟ ହୋଇଛି । କେରଳ ସମେତ  ଦକ୍ଷିଣ ତାମିଲନାଡୁ, କେନ୍ଦ୍ରୀୟ ଆରବ ସାଗର ଏବଂ ବଙ୍ଗୋପ ସାଗରର କିଛି ଅଞ୍ଚଳରେ ମଧ୍ୟ ମୌସୁମୀ ପ୍ରବେଶ କରିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆହୁରି ଅନେକ ସ୍ଥାନକୁ ପ୍ରବେଶ କରିବ ମୌସୁମୀ ।

ଘରୋଇ ପାଣିପାଗ ଏଜେନ୍ସି ସ୍କାଇମେଟ ମଧ୍ୟ ଜୁନ ୮ କିମ୍ବା ୯ ସୁଦ୍ଧା ମୌସୁମୀ କେରଳ ଛୁଇଁବ ବୋଲି ପୂର୍ବରୁ କହିଥିଲା । ଏହା ପରେ ୩ଦିନ ପୂର୍ବରୁ ଅର୍ଥାତ ଜୁନ ୭ରେ ମୌସୁମୀ କେରଳ ଛୁଇଁବ ବୋଲି କହିଥିଲା ।

ଯାହା ବି ହେଉ, ଆଜି ମୌସୁମୀ କେରଳ ଛୁଇଁଛି । ତେବେ ଓଡ଼ିଶାକୁ ଆସିବାରେ ବିଳମ୍ବ ହୋଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଭାଗ । ସାଧାରଣତଃ କେରଳ ଛୁଇଁବାର ଏକ ସପ୍ତାହ ପରେ ଓଡ଼ିଶା ଛୁଇଁଥାଏ ମୌସୁମୀ । ହେଲେ ଏଥର କେବେ ଛୁଇଁବ ସେ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ ।

Leave A Reply

Your email address will not be published.