Latest Odisha News

କାଳି ମାଡ ପ୍ରସଙ୍ଗରେ ବହିଷ୍କାର ହେଲେ ୫ କଂଗ୍ରେସ କର୍ମକର୍ତ୍ତା

ଭୁବନେଶ୍ବର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ମାମଲାରେ ନିଆଗଲା କାର୍ଯ୍ୟାନୁଷ୍ଠାନ। ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୫ କଂଗ୍ରେସ କର୍ମକର୍ତ୍ତାଙ୍କୁ ବହିଷ୍କାର କରିଛି ଦଳ। ୬ ବର୍ଷ ପାଇଁ ଦଳରୁ ବହିଷ୍କାର କଲେ ପିସିସି ସଭାପତି ଶରତ ପଟ୍ଟନାୟକ । କଂଗ୍ରେସରୁ ବହିଷ୍କାର ହୋଇଥିବା ୫ ଜଣ କର୍ମକର୍ତ୍ତାଙ୍କ ମଧ୍ୟରେ ରହିଛନ୍ତି, ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର ଓ ଶ୍ରେୟସ୍ମିତ ପଣ୍ଡା, ଛାତ୍ର କଂଗ୍ରେସର ସନ୍ଦୀପ ରାଉତରାୟ, ଆୟନ୍ ସାସମଲ୍ ଏବଂ ଯୁବ କଂଗ୍ରେସ ନେତା ଅମରେଶ ପରିଡ଼ା ।

ସୂଚନାଯୋଗ୍ୟ, ଜୁନ୍ ୨୧ ତାରିଖରେ  କଂଗ୍ରେସ ଭବନରେ ନିଜ ପ୍ରକୋଷ୍ଠରେ ବସିଥିବା ସମୟରେ କିଛି ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ଭିତରକୁ ପସି କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟ ଉପରକୁ କାଳି ମାଡ କରିଥିଲେ । ଶୁକ୍ରବାର ସକାଳେ କିଛି ବରିଷ୍ଠ ବ୍ୟକ୍ତିଙ୍କ ସହ ମାଷ୍ଟର କ୍ୟାଣ୍ଟିନ ସ୍ଥିତ କଂଗ୍ରେସ ଭବନରେ ନିଜ କାର୍ଯ୍ୟାଳୟରେ ବସି ଆଲୋଚନା କରୁଥିଲେ ଓଡିଶା ପ୍ରଦେଶ କଂଗ୍ରେସ କିମିଟି ସଭାପତି ଶରତ ପଟ୍ଟନାୟକ । ହଠାତ୍ ମୁହଁରେ କପଡା ବାନ୍ଧିଥିବା ୨ ଜଣ ବିଦ୍ରୋହୀ କଂଗ୍ରେସ କର୍ମୀ ତାଙ୍କ ପ୍ରକୋଷ୍ଠ ଭିତରକୁ ପସି ତାଙ୍କ ଉପରେ କାଳି ମାଡ କରିଥିଲେ ।

ଯାହାକୁ ନେଇ ଶରତ ପଟ୍ଟନାୟକ କହିଥିଲେ, ଏ କାଳି ମାଡକୁ ମୁଁ ଡରେ ନାହିଁ । ଛାତ୍ର ନେତା ଜୀବନରେ କେତେ କ’ଣ ସମ୍ମୁଖୀନ କରିଛି । ଏହା ମୋ ପାଇଁ ନୂଆ ନୁହେଁ । କି ଏ କାଳି ମାଡରେ ମୁଁ ଦବିଯିବିନି । ଛାତ୍ର ଜୀବନରେ ଥିବା ବେଳେ ଅଣ୍ଡା, ପଥର ମାଡ଼ ବହୁତ ଖାଇଛି ତେଣୁ ଏହା ମୋତେ ବ୍ୟଥିତ କରୁନାହିଁ  କି ଏଥିରେ ଦବି ଯିବାର ପ୍ରଶ୍ନ ଉଠୁନି ବୋଲି କଡା କରି କହିଥିଲେ ଶରତ ।

ଆଉ ଆଜି ଏହି ପ୍ରସଙ୍ଗରେ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୫ କଂଗ୍ରେସ କର୍ମକର୍ତ୍ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି ।

Comments are closed.