ମୁମ୍ବାଇ: ଆହୁରି ସଶକ୍ତ ହେଲା ଭାରତୀୟ ନୌ-ସେନା । ଯୋଡ଼ି ହେଲା ଆଉ ଏକ ଶକ୍ତି । ସ୍କର୍ପିୟନ କ୍ଲାସର ବୁଡ଼ାଜାହାଜ ଆଇଏନଏସ କରଞ୍ଜ ବୁଧବାର ନୌ-ସେନାରେ ସାମିଲ୍ ହୋଇଛି । ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ନୌସେନାରେ ଆଇଏନଏସ କରଞ୍ଜକୁ ସାମିଲ୍ କରାଯାଇଛି । ‘ସାଇଲେଣ୍ଟ କିଲର୍’ ଭାବେ ଜଣାଶୁଣା ଆଇଏନଏସ୍ କରଞ୍ଜ ମେକ୍ ଇନ୍ ଇଣ୍ଡିଆ ପରିପ୍ରେକ୍ଷୀରେ ବଡ଼ ଉପଲବ୍ଧି । କାରଣ କଲବରି ଶ୍ରେଣୀର ଏହି ତୃତୀୟ ବୁଡ଼ାଜାହାଜ କୌଣସି ଧ୍ୱନି ସୃଷ୍ଟି କରେନାହିଁ । ଅର୍ଥାତ୍ ଏହି ବୁଡ଼ାଜାହାଜ ଶତ୍ରୁର ଅଞ୍ଚଳରେ ରହିଲେ ମଧ୍ୟ କେହି କିଛି ଜାଣିପାରିବେ ନାହିଁ ।
ସୂଚନା ଅନୁସାରେ, ଆଇଏନଏସ୍ କରଞ୍ଜର ଲମ୍ବ ପ୍ରାୟ ୭୦ ମଟିର ହୋଇଥିବା ବେଳେ ଉଚ୍ଚତା ୧୨ ମିଟର । ଏହି ବୁଡ଼ାଜାହାଜର ଓଜନ ପ୍ରାୟ ୧୬୦୦ ଟନ୍ । ଏହି ବୁଡ଼ାଜାହାଜ ମିସାଇଲ୍ ସଂଯୁକ୍ତ । ଏଥିସହ ଏହା ସମୁଦ୍ର ଭିତରେ ଖଣି ବିଛାଇ ଶତ୍ରୁକୁ ଧ୍ୱଂସ କରିବାର କ୍ଷମତା ରଖିଛି ।
Scorpene-class submarine INS Karanj commissioned into Indian Navy in Mumbai, in presence of Chief of Naval Staff Admiral Karambir Singh and Admiral (Retired) VS Shekhawat pic.twitter.com/8Sk520fhzR
— ANI (@ANI) March 10, 2021
ଏହା କୌଣସି ଶବ୍ଦ ସୃଷ୍ଟି ନକରି, ଶତ୍ରୁର ରାଡାରକୁ ଚକମା ଦେଇ କ୍ଷତି ପହଞ୍ଚାଇ ପାରିବ । ଏହା ଦୀର୍ଘ ସମୟ ଧରି ପାଣିରେ ବୁଡ଼ି ରହି ଭାରତୀୟ ନୌସେନାକୁ ସମୁଦ୍ରରେ ଶକ୍ତିଶାଳୀ କରିବ । ଆଇଏନଏସ୍ କରଞ୍ଜ ଡିଜେଲ୍ ଇଲେକ୍ଟ୍ରିକ୍ ବୁଡ଼ାଜାହାଜ । ଦେଖିବାକୁ ଏହି ବୁଡ଼ାଜାହାଜ ଅନ୍ୟ କୌଣସି ଆଣବିକ ବୁଡ଼ାଜାହାଜ ଠାରୁ ତ ଛୋଟ କିନ୍ତୁ ସବୁଠୁ ଘାତକ । କାରଣ ଆକାରରେ କ୍ଷୁଦ୍ର ହୋଇଥିବାରୁ ଏହାକୁ ସମୁଦ୍ରରେ ଖୋଜି ପାଇବା ମୁସ୍କିଲ୍ ଅଟେ । ଯାହାକି ଶତ୍ରୁର ଚିନ୍ତା ବଢ଼ାଇ ଦେବ ।
ନାମକରଣ ପଛର କାରଣ ?
ଏହି ଦେଶୀ ବୁଡ଼ାଜାହାଜ ନାମ ଆଇଏନଏସ କରଞ୍ଜ ହେବା ପଛରେ ବିଭିନ୍ନ କାହାଣୀ ରହିଛି । କରଞ୍ଜ ମାଛର ନାମ ମଧ୍ୟ । ଏହି ମାଛ ମହାରାଷ୍ଟ୍ରରେ ବେଶ୍ ଜଣାଶୁଣା । ଏହା ବାଦ୍ ଆଇଏନଏସ୍ କରଞ୍ଜର ପ୍ରତିଟି ଶବ୍ଦର ଅଲଗା ଅଲଗା ଅର୍ଥ ବାହାର କରାଯାଇଛି ।
Comments are closed.