Latest Odisha News

BREAKING NEWS

ଆସନ୍ତାକାଲି ଜାଗର ଯାତ୍ରା, ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କଲେ ସେବାୟତ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ଠପ୍ । ଆଜି ରୋଷହୋମ ପରଠୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିଛନ୍ତି ସେବାୟତ । ମନ୍ଦିରର ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗର ୨ ପ୍ରମୁଖ ଦାବି ପୂରଣ ନେଇ ପ୍ରଶାସନ ତରଫରୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳି ନ ଥିବାରୁ ଏପରି ଅସହଯୋଗ କରାଯାଇଛି ।

ରୋଷ, ହୋମ ପରେ ଆଜି ସକାଳୁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଥିବା ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି । ନିଜ ଜିଦ୍‌ରେ ଅଡ଼ି ବସିଛନ୍ତି ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ସେବାୟତ । ସେପଟେ ଆସନ୍ତାକାଲି ପାଳିତ ହେବ ଜାଗର ଯାତ୍ରା ।

Leave A Reply

Your email address will not be published.