Latest Odisha News

ବେବୋ @40, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ମୁମ୍ବାଇ: ୪୦ ବର୍ଷରେ ବଲିଉଡର ବେବୋ । ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ଆଜି ୪୦ ବର୍ଷ ବୟସରେ ପାଦ ରଖିଛନ୍ତି । କରୋନା ଯୋଗୁଁ ସେ ଏଥିର ତାଙ୍କ ଜନ୍ମ ଦିନକୁ ନିଜ ପରିବାର ସହ ପାଳନ କରିଛନ୍ତି । ଯାହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୋସିଆଲ ମିଡିଆରେ ଫଟୋ ଭାଇରାଲ

ସେ ଏହି ଫଟୋରେ ଏକ ନୀଳ ରଙ୍ଗର ସିମ୍ପୁଲ ଟପ୍ ପିନ୍ଧିଛନ୍ତି । ସାଙ୍ଗରେ ବାପା ରଣଧିର କପୁର ମା’ ବବିତା ଏବଂ ଭଉଣୀ କରିଶ୍ମା ଅଛନ୍ତି । ବେବୋ ତାଙ୍କ ଜନ୍ମଦନର କେକ୍‌କୁ ନିକଟରେ ଠିଆ ହୋଇଛନ୍ତି । ଏହି କେକ୍‌ରେ ପୁରାପୁରି ଅବିକଳ କରୀନାଙ୍କ ଭଳି ଦେଖାଯାଉଥିବା ଏକ କଣ୍ଢେଇ ତିଆରି କରାଯାଇଛି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।ଏହି ଫଟୋଗୁଡିକୁ କରୀନା ନିଜେ ତାଙ୍କ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିସହ ତାଙ୍କ ଜନ୍ମଦିନର ଏକ ଭିଡିଓକୁ ମଧ୍ୟ ସେ ପୋଷ୍ଟ କରିଛନ୍ତି ।

 

View this post on Instagram

 

#KarismaKapoor’s caption for #KareenaKapoorKhan pretty much sums it all up.

A post shared by Filmfare (@filmfare) on

ସେପଟେ କରୀନାଙ୍କୁ ତାଙ୍କ ଜନ୍ମ ଦିନ ଅବସରରେ ସାଙ୍ଗସାଥୀ ଏବଂ ଫ୍ୟାନ୍ସମାନଙ୍କ ତରଫରୁ ଅନେକଗୁଡିଏ ଶୁଭେଚ୍ଛାର ସୁଅ ଛୁଟିଛି । ସୂଚନାଯୋଗ୍ୟ ଯେ, ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ କରୀନା କପୁର । ଏନେଇ କିଛି ଦିନ ତଳେ ସୋସିଆଲ ମିଡିଆରେ ସୈଫ ଅଲି ଖାନ୍ ଘୋଷଣା କରିଥିଲେ ।

Leave A Reply

Your email address will not be published.