ନୂଆଦିଲ୍ଲୀ: କଣ୍ଟେଣ୍ଟ କ୍ରିଏଟର୍ଙ୍କୁ ଇନଷ୍ଟାଗ୍ରାମର ବଡ଼ ଝଟ୍କା। ବଦଳିଲା ଏହି ସବୁ ଫିଚର ନିୟମ। ଲାଇଭ୍ ଫିଚର ବଦଳାଇଲା ମେଟା। ଲାଗୁ ହେଲା ନୂଆ ନିୟମ। ଲାଇଭ୍ରେ ଆସି ଏବେ ଆଉ ମନ ଇଚ୍ଛା ଗପି ପାରିବେନି କ୍ରିଏଟର୍। ଲାଇଭ୍ ଯିବା ପାଇଁ ହେଲେ ମାନିବାକୁ ପଡ଼ିବ ଏହି ନିୟମ। ଛୋଟ କ୍ରିଏଟର୍ସଙ୍କ ପାଇଁ ବଢିଲା ମୁସ୍କିଲ୍।
ଇନଷ୍ଟାଗ୍ରାମରେ ପୂର୍ବରୁ ଯେକୌଣସି ୟୁଜର ଲାଇଭ୍ ଯିବାର ସୁବିଧା ଥିଲା। ଫଲୋୟର୍ସ ସଂଖ୍ୟା କମ୍ ଥିଲେ ମଧ୍ୟ ଲାଇଭ୍ ଯିବାରେ କୌଣସି ଅସୁବିଧା ନଥିଲା। ହେଲେ ଏବେ ଏହି ଫିଚର ସମସ୍ତଙ୍କ ପାଇଁ ଉପଲବ୍ଧ ନାହିଁ। ମେଟା ଲାଇଭ୍ ଫିଚରରେ ପରିବର୍ତ୍ତନ ଆଣିଛି। ଏବେ କେବଳ ପବ୍ଲିକ ଆକାଉଣ୍ଟ ଓ ହଜାରେରୁ ଅଥିକ ଫଲୋୟର୍ସ ଥିବା କ୍ରିଏଟର ଲାଇଭ୍ ଯାଇ ପାରିବେ। ଏହା ଦ୍ଵାରା ନୂଆ କ୍ରିଏଟର୍ଙ୍କ ପାଇଁ ମୁସ୍କିଲ ବଢିଛି। ଯେଉଁମାନେ ନୂଆ ନୂଆ ଆକାଉଣ୍ଟ ଖୋଲି ଅଡିଏନ୍ସ ତିଆରି କରୁଛନ୍ତି ସେମାନଙ୍କ ପାଇଁ ଅଡ଼ୁଆ ବଢିଛି।
ତେବେ ଇନଷ୍ଟାଗ୍ରାମ ଏହା ପଛର କାରଣ ସ୍ପଷ୍ଟ କରିନାହିଁ। ଲାଇଭ୍ ଷ୍ଟ୍ରିମିଂକୁ ଆହୁରି ମାର୍ଜିତ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଥିବା କୁହାଯାଉଛି। ବେଳେବେଳେ କମ୍ ଫଲୋୟର୍ସ ଥିବା ଆକାଉଣ୍ଟର ଲାଇଭ୍ ଭିଡିଓ କ୍ଵାଲିଟି କମ୍ ଥାଏ। ଏହାଦ୍ଵାରା ଦର୍ଶକଙ୍କୁ ଖରାପ ଅନୁଭୂତି ମିଳେ। ତେବେ ଏହି ଗାଇଡଲାଇନ୍ ଜାରି କରିବାରେ ଇନଷ୍ଟାଗ୍ରାମ୍ ପ୍ରଥମ ପ୍ଲାଟଫର୍ମ ନୁହେଁ। ଏହା ପୂର୍ବରୁ ଟିକଟକ୍ରେ ଲାଇଭ୍ ଯିବା ପାଇଁ ଏକ ହଜାର ଫଲୋୟର୍ସ ରହିବା ଜରୁରୀ ଥିଲା। ସେହିପରି ୟୁଟ୍ୟୁବରେ ଲାଇଭ୍ ଷ୍ଟ୍ରିମିଂ ପାଇଁ ୫୦ ସବସ୍କ୍ରାଇବର୍ ଥିବା ଜରୁରୀ।
Comments are closed.