Latest Odisha News

BREAKING NEWS

ଇନଷ୍ଟାଗ୍ରାମ ଆଣିଲା ନୂଆ ଫିଚର, ଖାସ୍ ଲୋକଙ୍କ ପାଇଁ ଖୋଲିପାରିବେ ନୂତନ ଆକାଉଣ୍ଟ

ନୂଆଦିଲ୍ଲୀ: ଆପଣ ସମସ୍ତେ ଇନଷ୍ଟାଗ୍ରାମରେ ନିଶ୍ଚିତ ସକ୍ରିୟ ଥିବେ । ପ୍ରତିଦିନ ଆପଣ ମଧ୍ୟ ନୂତନ ନୂତନ ଲୋକଙ୍କ ସହିତ ପରିଚିତ ହେଉଥିବେ । ସେମାନଙ୍କ ମଧ୍ୟରୁ କିଛି ଲୋକ ଆପଣଙ୍କ ପୋଷ୍ଟକୁ ଦେଖି ଆପଣଙ୍କୁ ଫଲୋ କରୁଥିବେ ତ ଆଉ କିଛି ଲୋକ ଆପଣଙ୍କର ପରିଚିତ ହୋଇଥିବେ । ତେବେ ସୋସିଆଲ ମିଡିଆର ଏହି ଯୁଗରେ, ଆମମାନଙ୍କୁ ସବୁଦିନ କିଛି ନା କିଛି ଅଜବ ପ୍ରକାରର ମେସେଜ ଆସିଥାଏ । ବିଶେଷକରି ଝିଅମାନଙ୍କ ପୋଷ୍ଟରେ ଅଧିକ ଲଜ୍ଜାଜନକ ମନ୍ତବ୍ୟ ଦେଖାଯାଇଥାଏ | ପୁଅମାନଙ୍କ ତୁଳନାରେ ଝିଅମାନଙ୍କୁ ପ୍ରତିଦିନ କିଛି ଅଷଭ୍ୟ ମେସେଜର ସାମ୍ନା କରିବାକୁ ପଡେ |

ତେବେ ଏହି ସବୁ ଅସୁବିଧାରୁ ଆପଣଙ୍କୁ ରକ୍ଷା କରିବାକୁ ଇନଷ୍ଟାଗ୍ରାମ ଆଣିଛି ଏକ ନୂତନ ଫିଚର । ବର୍ତ୍ତମାନ ସୁଦ୍ଧା ଅନେକ ୟୁଜର୍ସଙ୍କ ପାଖରେ ଏହି ଫିଚର ଉପଲବ୍ଦ ମଧ୍ୟ ହୋଇସାରିଲାଣି । ଅନ୍ୟ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କିଛି ୟୁଜର୍ସ ଏହି ଫିଚର ବିଷୟରେ ସୂଚନା ଦେଇଛନ୍ତି । ଇନଷ୍ଟାଗ୍ରାମ ଫ୍ଲିପସାଇଡ୍ ନାମକ ଏକ ଫିଚର ଆଣିଛି । ଯେଉଁଥିରେ ଉପଭୋକ୍ତାମାନେ ସେମାନଙ୍କର ପ୍ରୋଫାଇଲ୍ ଫ୍ଲିପ୍ କରିପାରିବେ ଏବଂ ନୂତନ ନାମ, ଫଟୋ, ପୋଷ୍ଟ ଇତ୍ୟାଦି ସହିତ ତାଙ୍କର କିଛି ବିଶେଷ ଲୋକଙ୍କ ସହିତ ଯୋଡି ହୋଇପାରିବେ ।

ଇନଷ୍ଟାଗ୍ରାମର ଫ୍ଲିପସାଇଡ୍ ଫିଚର ସାହାର୍ଯ୍ୟରେ ଆପଣ ଆପଣଙ୍କର ବର୍ତ୍ତମାନର ଆକାଉଣ୍ଟ୍ ସହିତ ଅନ୍ୟ ଏକ ଆକାଉଣ୍ଟ ଖୋଲି ଆପଣଙ୍କର କଛି ବିଶେଷ ଲୋକଙ୍କ ସହିତ ଯୋଡି ହୋଇପାରିବେ । ଅର୍ଥାତ୍ ଆପଣଙ୍କ ପୁରୁଣା ଆକାଉଣ୍ଟକୁ ଲଗଆଉଟ ନକରି ଆପଣ ଏକ ନୂତନ ଆକାଉଣ୍ଟ ବ୍ୟବହାର କରିପାରିବେ । ସେଥିରେ ଆପଣ ଆପଣଙ୍କର ନାମ, ପ୍ରୋଫାଇଲ୍ ଫଟୋ, ରିଲ୍, ପୋଷ୍ଟ ଇତ୍ୟାଦି ନୂତନ ଭାବରେ ପୋଷ୍ଟ କରିପାରିବେ । ଯାହାକୁ କେବଳ ସେହି ଲୋକ ଦେଖିପାରିବେ ଯାହାକୁ ଆପଣ ସେହି ଆକାଉଣ୍ଟରେ ଆଡ୍ କରିଥିବେ । କିନ୍ତୁ ଏହାର ସାମଞ୍ଜ୍ୟସ ଆପଣଙ୍କ ପୁରୁଣା ଆକାଉଣ୍ଟ ସହ ରହିବ ନାହିଁ । ଆପଣଙ୍କ ପ୍ରୋଫାଇଲର ତଳେ ଥିବା ଏକ ସ୍ଵିଚ ବଟମ୍ ସାହାର୍ଯ୍ୟରେ ଆପଣ ଆପଣଙ୍କର ପ୍ରଥମ ପ୍ରୋଫାଇଲ୍ ଏବଂ ଖାସ୍ ଲୋକଙ୍କ ପାଇଁ ଖୋଲିଥିବା ପ୍ରୋଫାଇଲକୁ ସହଜରେ ସ୍ଵିଚ କରିପାରିବେ । ତେବେ ବର୍ତ୍ତମାନ ଏହି ଫିଚର କିଛି ଲୋକଙ୍କ ପାଖରେ ପହଞ୍ଚିଛି । ଖୁବ୍ ଶିଘ୍ର ସବୁ ଲୋକଙ୍କ ପାଖରେ ଏହି ଫଚର୍ ପହଞ୍ଚିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.