Latest Odisha News

BREAKING NEWS

କବିତା : ସଂକୀର୍ଣ୍ଣ ମନା

ବିନୋଦିନୀ ଦାଶ 

(ଛନ୍ଦ-ସିନ୍ଧୁକୋମୋଦୀ)

ଆଚାରବିଚାର ନିଜ ବ୍ୟବହାର
ନେଇ ସଂକୀର୍ଣ୍ଣ ପଥରେ
ସଂକୀର୍ଣ୍ଣ ମନା ହିଁ ମନ ପରିଧିକୁ
ଅତି ଛୋଟ କରିପାରେ
ଈର୍ଷା ଲୋଭ ମୋହରେ
ଯେତେ ତ୍ରୁଟିଯୁକ୍ତ ପଥ ଆପଣେଇ
ମାନମହତକୁ ସାରେ
ରହି ସ୍ବାର୍ଥ ସିଦ୍ଧିର ଲକ୍ଷ୍ୟରେ ।

ନୀଚମନା ରୂପେ ଗଣା ସେ ସମାଜେ
ଖୋଜିଲେ ବି ଉଚ୍ଚାସନ
ପାଇ ପାରେ ନାହିଁ କାହାର ହୃଦୟେ
ପ୍ରକାଶି ତା’ କର୍ମ ଗୁଣ
ମାନସିକତା ହୀନ
ଯେତେ ମାଠିଲେ ବି ସିଏ ବଦଳେନି
ବୁଝେନା ସମ୍ପର୍କ ଧନ
ସଦା ଅର୍ଥ-ଧନେ ଥାଏ ମନ ।

ସନମାନ ଦେଲେ ସନମାନ ମିଳେ
ଜାଣି ବି ଅଜଣା ଥାଏ
ଚିନ୍ତା ଚେତନାକୁ ଦିଅଇ ହଜାଇ
ସୁକର୍ମେ ଧ୍ୟାନ ନଥାଏ
ଦେବାନେବା ସଂସାର
ଗତିକୁ ବି ଭୁଲି ସ୍ବାର୍ଥାନ୍ଧତା ଗୁଣେ
କରେ ଆପଣା ବିଚାର
ସଦା ହୃଦୟ ପୋଡ଼ା ଅଙ୍ଗାର ।

କୁରୁଆଁ, ମୁଗପାଳ, ଯାଜପୁର

Leave A Reply

Your email address will not be published.