Latest Odisha News

ଇନଷ୍ଟାଗ୍ରାମ୍ ଆଣିଲା ନୂଆ ଫିଚର, ଡିଏମ୍ ହେବ ପର୍ସନାଲ୍ ଟ୍ରାନ୍ସଲେଟର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଇନଷ୍ଟାଗ୍ରାମ୍ ଏଣ୍ଟରଟେନମେଣ୍ଟର ଏକ ବଡ ମାଧ୍ୟମ ପାଲଟିଛି । ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଇନଷ୍ଟାଗ୍ରାମ୍ ରେ ରିଲ୍ ପ୍ରସ୍ତୁତ କରିବାରେ ବ୍ୟସ୍ତ । ଖାଲି ସେତିକି ନୁହଁ ଏହା ରୋଜଗାରର ମଧ୍ୟ ଏକ ମାଧ୍ୟମ ପାଲଟିଛି । ତେବେ ଇନଷ୍ଟାଗ୍ରାମ୍ ତାର କୋଟି କୋଟି ୟୁଜର୍ସଙ୍କ ପାଇଁ ଏକ ଖାସ୍ ଫିଚର ଆଡ୍ କରାଯାଇଛି ।

ଏହି ଫିଚର ଇନଷ୍ଟାଗ୍ରାମ୍ କୁ ୟୁଜର୍ସଙ୍କ ପର୍ସନାଲ୍ ଟ୍ରାନ୍ସଲେଟର କରିବ । ଇନଷ୍ଟାଗ୍ରାମ୍ ନିଜର ଡାଇରେକ୍ଟ ମେସେଜିଂ ସର୍ଭିସ୍ (ଡିଏମ) ରେ ଏହି ନୂଆ ଅପଡେଟ୍ ଯୋଡିଛି, ଯେଉଁଥିରେ ମେସେଜ୍ ଟ୍ରାନ୍ସଲେସନ୍, ମ୍ୟୁଜିକ୍ ଷ୍ଟିକର ଏବଂ ମେସେଜ୍ ସିଡ୍ୟୁଲ୍ କରିବାର ସୁବିଧା ମିଳିବ । ଏହି ଫିଚର ୨୦୨୮ ମସିହାରୁ ମେଟାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକରେ ଉପଲବ୍ଧ ରହିଛି । କିନ୍ତୁ ଏହି ଫିଚର ବର୍ତ୍ତମାନ ହ୍ବାଟସଆପ୍ ରେ ଉପଲବ୍ଧ ନାହିଁ ।

ଏକ ପୋଷ୍ଟ କରି ଇନଷ୍ଟାଗ୍ରାମ୍ ସୂଚନା ଦେଇଛି ଯେ, ନୂଆ ଫିଚର ଆଡ୍ ହେବା ସହିତ, ୟୁଜର୍ସମାନେ ଆପ୍ ମାଧ୍ୟମରେ ପଠାଇଥିବା କିମ୍ବା ରିସିଭ୍ ହୋଇଥିବା ଯେକୈଣସି ମେସେଜକୁ ଟ୍ୟାପ୍ କରି ଟ୍ରାନ୍ସଲେଟ୍ କରିବାର ଅପସନ୍ ପାଇବେ । ଏହା ସହିତ ଇନଷ୍ଟାଗ୍ରାମ୍ ଡିଏମ୍ ରେ ମ୍ୟୁଜିକ୍ ଷ୍ଟିକରକୁ ମଧ୍ୟ ଆଡ୍ କରାଯାଇଛି । ଏହି ସର୍ଭିସ୍ ୟୁଜର୍ସଙ୍କୁ ନିଜର ମେସେଜରେ ସିଲେକ୍ଟେଡ୍ ଗୀତରୁ ଏକ ପାରାଗ୍ରାଫ୍ ସେୟାର କରିବାକୁ ସୁବିଧା ଦେବ । ବର୍ତ୍ତମାନ ଆପଣଙ୍କ ଚାଟ୍ ରେ ଷ୍ଟିକର ଟ୍ୟାବରେ ଏହି ମିଜ୍ୟୁକ୍ ଫିଚର ଦେଖିପାରିବେ । ଡିଏମ୍ ମାଧ୍ୟମରେ ଆପଣଙ୍କ ମେସେଜରେ ୩୦ ସେକେଣ୍ଡର ମୁଜ୍ୟୁକ୍ ସେୟାର କରିପାରିବେ ।

ଏହା ବ୍ୟତୀତ ଇନଷ୍ଟାଗ୍ରାମ୍ ର ଗୃପ୍ ଚାଟ୍ ଫିଚରରେ ମଧ୍ୟ ଏକ ପରିବର୍ତ୍ତନ କରାଯାଇଛି । ୟୁଜର୍ସମାନେ ବର୍ତ୍ତମାନ କ୍ୟୁଆର୍ କୋଡ୍ ବ୍ୟବାହର କରି ଗୃପ୍ ଚାଟ୍ କୁ ଇନଭାଇଟ୍ କରିପାରିବେ । ଏହା ବ୍ୟତୀତ ଇନଷ୍ଟାଗ୍ରାମ୍ ଡିଏମ୍ ରେ ୩ଟି ଚାଟ୍ ପିନ୍ କରିବା ସହିତ ୟୁଜର୍ସମାନେ ଏବେ ଗୃପ୍ ଚାଟ୍ କୁ ମଧ୍ୟ ଏଥିରେ ପିନ୍ କରିପାରିବେ ।

ଇନଷ୍ଟାଗ୍ରାମ୍ ଡିଏମ୍ ରେ ଏବେ ମେସେଜ୍ ସିଡ୍ୟୁଲ୍ କରିବାର ସୁବିଧା ମଧ୍ୟ ମିଳିବ । ଏହି ଫିଚର ଖାସ୍ ସେହି ୟୁଜର୍ସମାନଙ୍କ ପାଇଁ ଭଲ ରହିଛି, ଯେଉଁମାନେ କାହାକୁ ଜନ୍ମଦିନର ଶୁଭେଚ୍ଚା ଜଣାଇବାକୁ ଚାହାଁନ୍ତି । ଏଥିପାଇଁ ସେମାନେ ଏବେ ଇନଷ୍ଟାଗ୍ରାମର ମେସେଜକୁ ସେହି ସମୟ ଅନୁସାରେ ସିଡ୍ୟୁଲ୍ କରିପାରିବେ ।

 

Comments are closed.