ନୂଆଦିଲ୍ଲୀ: ଭୁଟାନର ପ୍ରଧାନମନ୍ତ୍ରୀ ତଶେରିଙ୍ଗ ଟାବଗେ ଗୁରୁବାର (୨୧ ଫେବୃଆରୀ) ଭାରତର ରାଜଧାନୀ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗରିଟା ତାଙ୍କୁ ସ୍ୱାଗତ କରିଛନ୍ତି। ଭାରତ ମଣ୍ଡପମରେ SOUL (ସ୍କୁଲ ଅଫ୍ ଅଲଟିମେଟ୍)ଲିଡରସିପ୍ କନକ୍ଲେଭ ଅନୁଷ୍ଠିତ ହୋଇଛି। ଏହି କନକ୍ଲେଭକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କନକ୍ଲେଭରେ ସାମିଲ ହୋଇଛନ୍ତି ଭୁଟାନ୍ ପ୍ରଧାନମନ୍ତ୍ରୀ ତଶେରିଙ୍ଗ ଟାବଗେ । କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପିଏମ ମୋଦି ମୋର ବଡ ଭାଇ ମୋ ମେଣ୍ଟର ବୋଲି କହିଛନ୍ତି ଭୁଟାନ୍ ପିଏମ୍ ।
ସ୍କୁଲ ଅଫ୍ ଅଲଟିମେଟ୍ ଲିଡରସିପ୍ (SOUL) କନକ୍ଲେଭ କ’ଣ ଏବଂ ଏହାର ଉଦ୍ଦେଶ୍ୟ କ’ଣ?
ଅଣ-ରାଜନୈତିକ ପୃଷ୍ଠଭୂମିର ଲୋକଙ୍କୁ ପ୍ରୋତ୍ସାହିତ କରିବା ପ୍ରକୃତରେ ପ୍ରଥମଥର ପାଇଁ ସ୍କୁଲ ଅଫ୍ ଅଲଟିମେଟ୍ ଲିଡରସିପ୍ ଦ୍ୱାରା ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଏହା ୨୧ ଏବଂ ୨୨ ଫେବୃଆରୀରେ ଆୟୋଜିତ ହେବ। ଏହି ଦୁଇ ଦିନିଆ SOUL କନକ୍ଲେଭରେ, ରାଜନୀତି, କ୍ରୀଡା, କଳା, ଗଣମାଧ୍ୟମ, ଆଧ୍ୟାତ୍ମିକ ଜଗତ, ବ୍ୟବସାୟ ଏବଂ ସାମାଜିକ କ୍ଷେତ୍ରର ବ୍ୟକ୍ତିତ୍ୱମାନେ ସେମାନଙ୍କର ଅଭିଜ୍ଞତା ବାଣ୍ଟିବେ।
SOULଲିଡରସିପ୍ ଭାରତୀୟ ରାଜନୀତିରେ ଏପରି ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି ଯେଉଁମାନେ ପ୍ରକୃତରେ କୌଣସି ରାଜନୈତିକ ପୃଷ୍ଠଭୂମିରୁ ଆସି ନାହାଁନ୍ତି। ଏହି ଲୋକମାନେ ନିଜର ନେତୃତ୍ୱ କ୍ଷମତା, ସମାଜସେବା ଏବଂ ଦକ୍ଷତା ଆଧାରରେ ସମାଜରେ କିଛି ନୂତନ କରିବାକୁ ଚାହାଁନ୍ତି। ଏହି ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି, SOUL ଦ୍ୱାରା ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ସ୍କୁଲ ଅଫ୍ ଅଲଟିମେଟ୍ ଲିଡରସିପ୍ (SOUL) ପ୍ରକୃତରେ ଗୁଜରାଟର ଏକ ଘରୋଇ ପ୍ରତିଷ୍ଠାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଅନୁସାରେ ସମାନ ଚିନ୍ତାଧାରା ଥିବା ଲୋକଙ୍କ ଦ୍ୱାରା ଏହା ପ୍ରତିଷ୍ଠିତ ହୋଇଥିଲା। SOUL ର ୱେବସାଇଟରେ ଉଲ୍ଲେଖ ଅଛି ଯେ ଏହି ପ୍ରତିଷ୍ଠାନ ଗାନ୍ଧୀନଗରର ଉପକଣ୍ଠରେ ଅବସ୍ଥିତ।
SOULଲିଡରସିପ୍ କନକ୍ଲେଭକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦ ସ୍କୁଲ ଅଫ୍ ଅଲଟିମେଟ ଲିଡରସିପ୍ ଏମିତି ଏକ ଲିଡର ପ୍ରସ୍ତୁତ କରିଥାଏ ଯିଏ ଦେଶ ନୁହେଁ ବରଂ ଦୁନିଆର ସବୁ ସଂସ୍ଥାନର ସବୁ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିଥାଏ ଦକ୍ଷତାର ପ୍ରମାଣ ଦେଇଥାଏ । ଆଜି ଭାରତକୁ ଗ୍ଲୋବାଲ ପାୱାରହାଉସ ରୂପରେ ଦେଖିବାକୁ ମିଳିଛି। ସବୁ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢୁଛି। ୱାର୍ଲ୍ଡ କ୍ଲାସ ଲିଡରଙ୍କୁ ଇଣ୍ଟରନ୍ୟାସନାଲ ଲିଡରସିପ ଆବଶ୍ୟକତା ରହିଛି। ଆମକୁ ଏମିତି ଲିଡର ପ୍ରସ୍ତୁତ କରିବାକୁ ହେବ ଯିଏ ଟ୍ରେଣ୍ଡ ନୁହେଁ ଟ୍ରେଣ୍ଟ ସେଟ୍ କରିବାକୁ କାମ କରିବେ। ଲିଡରସିପ୍ ଭବିଷ୍ୟତରେ ବିକଶିତ ଭାରତ ନିର୍ମାଣ ପାଇଁ ଜରୁରୀ। ବିକଶିତ ଭାରତ ପାଇଁ ସୋଲର ଆବଶ୍ୟକତା ରହିଛି।
କାର୍ଯ୍ୟକ୍ରମରେ ସାମିଲ ହୋଇ ଭୁଟନା ପିଏମ ତଶେରିଙ୍ଗ ଟାବଗେ କହିଛନ୍ତି, ପିଏମ ମୋଦି ମୋର ବଡ ଭାଇ ମୋ ମେଣ୍ଟର। ଯେବେ ଯେବେ ତାଙ୍କୁ ଭେଟିବାର ସୁଯୋଗ ପାଇଛି ମୋତେ ଖୁସି ମିଳେ। ତାଙ୍କର ଲୋକସେବା ମୋତେ ପ୍ରେରଣା ଦେଇଛି। ଦ ସ୍କୁଲ ଅଫ୍ ଅଲଟିମେଟ ଲିଡରସିପ ମହାନ ଭାରତୀୟ ଗଣରାଜ୍ଯର ସେବା କରିବା ପାଇଁ ନେତାମାନଙ୍କୁ ସଶକ୍ତ କରିବା ପ୍ରତି ତାଙ୍କ ପ୍ରତିବଦ୍ଧତାର ଆଉ ଏକ ପ୍ରମାଣ। SOULର ପରିକଳ୍ପନା ଏମିତି ଏକ ଲିଡରସିପ ପ୍ରସ୍ତୁତ କରିବା ଯାହା ପାରମ୍ପରିକ ମଡେଲଠୁ ଅଲଗା। ନେତୃତ୍ବ ବାବଦରେ ମୋର କୌଣସି ଶିକ୍ଷା ନାହିଁ। ମୁଁ ଏଠାକୁ ଜଣେ ଛାତ୍ର ହିସାବରେ ଆସିଛି। ଏଠାରେ ବିଶ୍ବର ମହାନ ନେତା ପିଏମ ମୋଦିଙ୍କଠୁ ନେତୃତ୍ବ ବାବଦରେ ଶିଖିବାକୁ ମିଳିଥିବାରୁ ବହୁତ ଖୁସି ଅନୁଭବ କରୁଛି। ଲିଡରସିପ କେବଳ ପୋଜିସନ ନୁହେଁ ଏହା ଏକ ଭିଜନ ଟ୍ରାନ୍ସଫରନେସନ।
Comments are closed.