ନୂଆଦିଲ୍ଲୀ: ସୋସିଆଲ ମିଡିଆ ୟୁଜର୍ସଙ୍କ ପାଇଁ ଖୁସି ଖବର। ଲୋକପ୍ରିୟ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଏହାର ରିଲ୍ସ ଫିଚରରେ ଏକ ପ୍ରମୁଖ ଅପଡେଟ୍ ଜାରି କରିଛି। ଏବେ ଉପଭୋକ୍ତାମାନେ ୩ ମିନିଟ ପର୍ଯ୍ୟନ୍ତ ଭିଡିଓ ଅପଲୋଡ କରିପାରିବେ। ପୂର୍ବରୁ ଏହି ସୀମା ୯୦ ସେକେଣ୍ଡ ଥିଲା, ଯାହାକୁ ଦ୍ୱିଗୁଣିତ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି କ୍ରିଏଟର୍ସ ମାନଙ୍କୁ ସୃଜନଶୀଳ ପ୍ରକାଶନ ପାଇଁ ଅଧିକ ସ୍ଥାନ ଦେବା। ଫଳରେ କ୍ରିଏଟର୍ସମାନେ ଅଧକ ସମୟ ଧରି ନିଜର କଣ୍ଟେଣ୍ଟ ପ୍ରକାଶ କରିପାରିବେ।
ଏହା ଇନଷ୍ଟାଗ୍ରାମର ସବୁଠାରୁ ବଡ଼ ଅପଡେଟ୍। ଇନଷ୍ଟାଗ୍ରାମ ମୁଖ୍ୟ ଏଡାମ ମୋସେରୀ ଏକ ରିଲ୍ ମାଧ୍ୟମରେ ଏହି ଅପଡେଟ୍ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, କ୍ରିଏଟରମାନେ ଲମ୍ବା ରିଲ୍ସ ଅପଲୋଡ କରିବାର ସୁବିଧା ମଧ୍ୟ ପାଇବେ। ଆମକୁ କ୍ରିଏଟରମାନଙ୍କଠାରୁ ବହୁତ ପ୍ରତିକ୍ରିୟା ମିଳିଛି ଯେଉଁଥିରେ ସେମାନେ କହିଛନ୍ତି ଯେ ୯୦ ସେକେଣ୍ଡ ସମୟ ବହୁତ କମ୍। ଆମେ ଆଶା କରୁଛୁ ଯେ ସୀମାକୁ ତିନି ମିନିଟକୁ ବୃଦ୍ଧି କରିବା ଦ୍ୱାରା ଆପଣଙ୍କୁ ଆପଣଙ୍କର ପ୍ରକୃତ କାହାଣୀ ସେୟାର କରିବାରେ ସାହାଯ୍ୟ ମିଳିବ।
ଏହା ବ୍ୟତୀତ, କମ୍ପାନୀ ଏବେ ୟୁଜର୍ସଙ୍କ ପ୍ରୋଫାଇଲ ଗ୍ରୀଡ ମଧ୍ୟ ପରିବର୍ତ୍ତନ କରିବାକୁ ଯାଉଛି। ଏବେ ଏଠାରେ ବର୍ଗକ୍ଷେତ୍ର ବଦଳରେ ଆୟତାକାର ବାକ୍ସ ଦୃଶ୍ୟମାନ ହେବ। ପୂର୍ବରୁ ଇନଷ୍ଟାଗ୍ରାମର ଧ୍ୟାନ ଛୋଟ ଭିଡିଓ ଉପରେ ଥିଲା। ଏବେ କିନ୍ତୁ ଏହାର ଚାହିଦା ବୃଦ୍ଧି ପାଇଛି। ତେବେ ଏନେଇ ପୂର୍ବରୁ ଅସୁବିଧା ସମ୍ମୁଖିନ ହେଉଥିବା ଅନେକ ୟୁଜର୍ସ ମତାମତ ଦେଇଥିଲେ ଯେ, ୯୦ ସେକେଣ୍ଡ ବହୁତ କମ ସମୟ। ତେଣୁ ବର୍ତ୍ତମାନ ଅବଧି ବୃଦ୍ଧି କରାଯାଉଛି। ଏହା ଲୋକମାନଙ୍କୁ ସେମାନଙ୍କର କାହାଣୀ କହିବାରେ ସାହାଯ୍ୟ କରିବ। ଇନଷ୍ଟାଗ୍ରାମ ପୂର୍ବରୁ, ୟୁଟ୍ୟୁବ ମଧ୍ୟ ଏହାର ସର୍ଟ ଭିଡିଓର ଅବଧିକୁ ୩ ମିନିଟକୁ ବୃଦ୍ଧି କରିଥିଲା।
Comments are closed.