ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ମୋବାଇଲ୍ ବ୍ୟବହାରକାରୀ ଦୁଇଟି ସିମ୍ କାର୍ଡ ବ୍ୟବହାର କରନ୍ତି। ଜୁଲାଇ ୨୦୨୫ ଠାରୁ ରିଚାର୍ଜ ପ୍ଲାନଗୁଡ଼ିକ ମହଙ୍ଗା ହୋଇଯିବାରୁ, କେତେକ ସମୟରେ ଦୁଇଟି ନମ୍ବର ରିଚାର୍ଜ କରିବା ବହୁତ କଷ୍ଟକର ହୋଇପଡ଼େ। ଯଦିଓ ଆମେ ସିମ୍ କାର୍ଡ ବହୁତ ବ୍ୟବହାର କରୁ। ତଥାପି ହଠାତ୍ କେତେବେଳେ ନମ୍ବରଟି ନିଷ୍କ୍ରିୟ ହୋଇଯିବ ସେହି ଭୟରେ ଆମେ ନମ୍ବରକୁ ରିଚାର୍ଜ କରିଥାଉ। କିନ୍ତୁ ଏବେଠାରୁ ଏହି ସବୁ ଭୟରୁ ମିଳିବ ମୁକ୍ତି। କାରଣ ଟିଆର୍ଏଆଇ (TRAI) ଆଣିଲା ନୂଆ ନିୟମ।
ଭାରତରେ ଅନେକ ୟୁଜର୍ସଙ୍କ ସ୍ମାର୍ଟଫୋନରେ ଦୁଇଟି ସିମ କାର୍ଡ ଅଛି। ସାଧାରଣତଃ, ଗୋଟିଏ ସିମ ନିୟମିତ କଲ ଏବଂ ଡାଟା ପାଇଁ ବ୍ୟବହୃତ ହୁଏ, ଯେତେବେଳେ ଅନ୍ୟଟି ଜରୁରୀକାଳୀନ ପରିସ୍ଥିତିରେ ବ୍ୟାକଅପ ଭାବରେ କାମ କରେ। ଯେହେତୁ ଦ୍ୱିତୀୟ ସିମ କମ ବ୍ୟବହୃତ ହୁଏ, ଲୋକମାନେ ଏହାକୁ ସକ୍ରିୟ ରଖିବାକୁ ପସନ୍ଦ କରନ୍ତି। ଟିଆର୍ଏଆଇ ୟୁଜର୍ସ ମାନୁଆଲ ଅନୁଯାୟୀ, ଯଦି ଏକ ସିମ କାର୍ଡ ୯୦ ଦିନରୁ ଅଧିକ ସମୟ ପାଇଁ ବ୍ୟବହାର କରାଯାଏ ନାହିଁ, ତେବେ ଏହାକୁ ନିଷ୍କ୍ରିୟ ବୋଲି ବିବେଚନା କରାଯାଏ। ଏହାର ଅର୍ଥ ପ୍ରାୟ ତିନି ମାସ ଯଦି ସିମ୍ ୯୦ ଦିନ ପାଇଁ ନିଷ୍କ୍ରିୟ ରହିଥାଏ ଏବଂ ତଥାପି ପ୍ରିପେଡ୍ ବାଲାନ୍ସ ରହିଥାଏ ତେବେ ସିମ ଆକ୍ଟିଭକୁ ଆହୁରି ୩୦ ଦିନ ପାଇଁ ବୃଦ୍ଧି କରିବା ପାଇଁ ୨୦ ଟଙ୍କା କଟାଯିବ।
ଏହାର ଅର୍ଥ ହେଉଛି ଆପଣଙ୍କ ନମ୍ବର ମୋଟ ୧୨୦ ଦିନ ପାଇଁ ସକ୍ରିୟ ରହିପାରିବ। ଏହିପରି, ଯଦି ଆପଣ ଏକ ଦ୍ୱିତୀୟ ସିମ୍ ରଖନ୍ତି ତେବେ ସେଥିରେ ୨୦ ଟଙ୍କା ବାଲାନ୍ସ ରଖିବା ପରେ ଆପଣ ରିଚାର୍ଜ ସମାପ୍ତ ହେବା ପରେ ୧୨୦ ଦିନ ପାଇଁ ସିମ୍ କାର୍ଡକୁ ସକ୍ରିୟ ରଖିପାରିବେ। ଯଦି ବାଲାନ୍ସ ପର୍ଯ୍ୟାପ୍ତ ନଥାଏ ତେବେ ସିମ୍ ନିଷ୍କ୍ରିୟ ହୋଇଯିବ। ଯାହା ଫଳରେ କଲ୍ କରିବା କିମ୍ବା ଗ୍ରହଣ କରିବା କିମ୍ବା ଇଣ୍ଟରନେଟ ବ୍ୟବହାର କରିବା ଅସମ୍ଭବ ହୋଇଯିବ। ନିଷ୍କ୍ରିୟ ପରେ ସିମ୍ ସହିତ ଜଡିତ ନମ୍ବରକୁ ରିସାଇକଲ କରାଯିବ ଏବଂ ନୂତନ ଉପଭୋକ୍ତାଙ୍କ ପାଇଁ ସେହି ନମ୍ବର ଉପଲବ୍ଧ କରାଯିବ।
ସେହିପରି ଯଦି ଜଣେ ବ୍ୟକ୍ତି ତାଙ୍କର ଦ୍ୱିତୀୟ ସିମ ଭୁଲିଯାଆନ୍ତି ଏବଂ ଏହାକୁ ୯୦ ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଏ ନାହିଁ, ତେବେ ମଧ୍ୟ କୌଣସି ଚିନ୍ତା ନାହିଁ। ସିମ୍କୁ ରିଆକ୍ଟିଭ କରିବା ପାଇଁ ୧୫ ଦିନର ଗ୍ରେସ୍ ପିରିୟଡ ଅଛି। ଏହି ସମୟ ମଧ୍ୟରେ, ୟୁଜର୍ସମାନେ ସେମାନଙ୍କ ସିମ୍ ତୁରନ୍ତ ପୁନଃ ଆକ୍ଟିଭ୍ କରିବାରେ ସହାୟତା ପାଇଁ କଷ୍ଟମର କେୟାର ସହିତ ଯୋଗାଯୋଗ କରିପାରିବେ କିମ୍ବା କମ୍ପାନୀର ଷ୍ଟୋରକୁ ଯାଇପାରିବେ।
ଏହି ନିୟମ ସମସ୍ତ କମ୍ପାନୀର ନେଟୱର୍କ ଅର୍ଥାତ୍ ଜିଓ, ଏୟାର୍ଟେଲ, ବିଏସଏନଏଲ, ଭିଆଇ ୟୁଜର୍ସଙ୍କ ପାଇଁ ଲାଗୁ ହୋଇଛି।
Comments are closed.