ନୂଆଦିଲ୍ଲୀ: ଅନେକ ଲୋକ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଆପ୍ ବ୍ୟବହାର କରନ୍ତି। ଫଟୋ, ଭିଡିଓ, ରିଲ୍ ପୋଷ୍ଟ କରି ଇନଷ୍ଟାଗ୍ରାମ ମାଧ୍ୟମରେ ଅନେକ ଲୋକ ଲୋକପ୍ରିୟ ହୋଇପାରିଛନ୍ତି। ଏଥିସହ ରୋଜଗାର ମଧ୍ଯ ଭଲ କରୁଛନ୍ତି।
ବର୍ତ୍ତମାନ ଇନଷ୍ଟାର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଏକ ବଡ ନିଷ୍ପତ୍ତି ନେଇଛି। ନିଷ୍ପତ୍ତି ଅନୁଯାୟୀ, ଇନଷ୍ଟାଗ୍ରାମରୁ ବିୟୁଟି ଫିଲ୍ଟର ହଟାଇବ। ତେବେ ଇନଷ୍ଟାଗ୍ରାମରେ ଯେ କୌଣସି ଫଟୋ ପୋଷ୍ଟ କରିବାବେଳେ ଏହାକୁ ଅଧିକ ସୁନ୍ଦର କରିବା ପାଇଁ ବିୟୁଟି ଫିଲ୍ଟର ବ୍ୟବହାର କରାଯାଇଥାଏ।
ଥାର୍ଡ ପାର୍ଟି ଦ୍ବାରା ଥିବା ବ୍ୟୁଟି ଫିଲ୍ଟର ଗୁଡ଼ିକ ଇନଷ୍ଟାଗ୍ରାମରେ ଆଉ ଦେଖାଯିବ ନାହିଁ। ଏହି ଫିଚର ଜାନୁଆରୀ ୨୦୨୫ରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ।
ଇନଷ୍ଟାଗ୍ରାମ ଦ୍ବାରା କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ବ୍ୟୁଟି ଫିଲ୍ଟରର ଫଟୋ ଗୁଡିକ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଯଦିଓ ଥାର୍ଡ ପାର୍ଟିର ଫିଲ୍ଟର ଉପଲବ୍ଧ ହେବ ନାହିଁ, କିନ୍ତୁ ମେଟା ଦ୍ୱାରା ନୂଆ ଫିଲ୍ଟର ଉପଲବ୍ଧ ହେବ ବୋଲି କୁହାଯାଉଛି।
Comments are closed.