ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ଏକ ଦମଦାର ଫିଚର ଆସିବାକୁ ଯାଉଛି, ଯାହା ସାହାଯ୍ୟରେ ୟୁଜର୍ସମାନେ ଅତି ସହଜରେ ଭିଡିଓ ଏଡିଟ୍ କରିପାରିବେ | ଇନଷ୍ଟାଗ୍ରାମର ବସ୍ ଆଦାମ ମୋସେରି ନିକଟରେ ଏହାର ଏକ ଟିଜର ଉପସ୍ଥାପନ କରିଥିଲେ ଯେଉଁଥିରେ ଆଗାମୀ AI ଫିଚର କିପରି ହେବ ତାହା କୁହାଯାଇଛି। ଏଥିପାଇଁ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଓ ଆସିବାକୁ ଥିବା ଫିଚରକୁ ଦେଖେଇଛନ୍ତି ।
ଇନଷ୍ଟାଗ୍ରାମ ହେଉଛି ଏକ ଲୋକପ୍ରିୟ ମେସେଜିଂ ଆପ୍ ଏବଂ ବର୍ତ୍ତମାନ ଅନେକ AI ଏଡିଟିଂ ଟୁଲ୍ସ ଏହି ପ୍ଲାଟଫର୍ମରେ ଅନ୍ତର୍ଭୂକ୍ତ ହେବାକୁ ଯାଉଛି | ଏହାର ସାହାଯ୍ୟରେ, ୟୁଜର୍ସ ସହଜରେ ଭିଡିଓ ଏଡିଟ୍ କରିପାରିବେ ଏହି ଟୁଲ୍ସଗୁଡ଼ିକ ଆସନ୍ତା ବର୍ଷ ଲଞ୍ଚ ହେବ | ଏଥିପାଇଁ କୌଣସି ବିଶେଷ ଏଡିଟିଙ୍ଗ ଟୁଲ୍ସର ଆବଶ୍ୟକତା ରହିବ ନାହିଁ |
ଆଦାମ ମୋସେରୀ ଦ୍ୱାରା ସେୟାର ହୋଇଥିବା ଟିଜରରେ ଶାନଦାର ଏଡିଟିଙ୍ଗ ଦେଖିବାକୁ ମିଳିଛି | ତାଙ୍କର ପୋଷାକ ବଦଳିଗଲା, ବେକିଗ୍ରାଉଣ୍ଡ ବଦଳିଗଲା | ଏପରିକି ତାଙ୍କର ଅଭତାର ଭର୍ସନ ଦେଖିବାକୁ ମିଳିଲା । ଏହା ସହ ତାଙ୍କର ବେକରେ ସୁନର ଚେନ୍ ବି ଆଡ୍ ହୋଇଗଲା।
ଏହି ସମସ୍ତ କାର୍ଯ୍ୟ ମେଟାର ମୁଭି ଜେନ ଏଆଇ (Movie Gen AI) ଦ୍ୱାରା କରାଯାଇଛି | ଏହା ହେଉଛି ଏକ AI ମଡେଲ୍, ଯାହା ବ୍ୟକ୍ତି ଏବଂ ତାଙ୍କର କାର୍ଯ୍ୟକଳାପକୁ ବାସ୍ତବ ରଖି ଭିଡିଓ ଏଡିଟ୍ କରିବା ପାଇଁ ଡିଜାଇନ୍ କରାଯାଇଛି |
ମେଟା କହିଛି ଯେ, ମୁଭି ଜେନ ଏଆଇ ଅନ୍ୟ ସଫ୍ଟୱେର୍ ଅପେକ୍ଷା ଭଲ ଏବଂ ଦ୍ରୁତ ଗତିରେ କାମ କରେ | ଇନଷ୍ଟାଗ୍ରାମ ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆର ସବୁଠୁ ବଡ ସୋସିଆଲ ମିଡିଆ ଆପ ମଧ୍ୟରୁ ଗୋଟିଏ ଏବଂ ନୂତନ ଭିଡିଓ ଏଡିଟିଂ ଫିଚର ଟ୍ରେଣ୍ଡ ବଦାଇପାରିବ ।
ଯଦି ମୋସେରୀ ପରାମର୍ଶ ଦେଇଥିବା ପଦ୍ଧତିଗୁଡିକ ସଠିକ୍ ପ୍ରମାଣିତ ହୁଏ, ତେବେ ଏହି ଫିଚର ଭିଡିଓ ତିଆରି କରିବାର ପଦ୍ଧତିକୁ ସମ୍ପୂର୍ଣ୍ଣ ରୂପେ ବଦଳାଇଦେବ | କ୍ରିଏଟରଙ୍କ ପାଇଁ ଏହା ଏକ ସର୍ବୋତ୍ତମ ବିକଳ୍ପ ହେଇପାରିବ , ଯେଉଁମାନେ ଏଡିଟିଂ ସଫ୍ଟୱେର୍ ଶିଖିବା ପରିବର୍ତ୍ତେ ସିଧାସଳଖ ସେମାନଙ୍କ ଆଇଡିଆ ଉପରେ କାମ କରିବାକୁ ଚାହାଁନ୍ତି |
ଏହା ନକଲିତାକୁ ପ୍ରୋତ୍ସାହନ ଦେଇପାରେ, ଯାହା ଅନେକ ଲୋକଙ୍କୁ ମଧ୍ୟ ଦ୍ୱନ୍ଦରେ ପକାଇପାରେ ବୋଲି କିଛିଜଣ ମଧ୍ୟ ସମଲୋଚନା କରିଛନ୍ତି ।