ଭୁବନେଶ୍ବର: ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲର ସପ୍ତମ ସ୍ଥାପନା ଦିବସ ଅୟୋଜିତ ହୋଇଯାଇଛି। ଦୁଇ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଡିସେମ୍ବର ୨ ତାରିଖରେ ସ୍କୁଲ ପରିସର ‘କଳିଙ୍ଗ ଉତ୍ସବ’ ନାମରେ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପୋଲିସ କମିଶନର ଏସ ପ୍ରିୟଦର୍ଶୀ ଯୋଗଦେଇଥିଲେ। ଆଦିତ୍ୟ ବିର୍ଲା ଗ୍ରୁପ୍ ଶିକ୍ଷା ବିଭାଗର ଉପଦେଷ୍ଟା ଡକ୍ଟର ଏସ ଗାଙ୍ଗୁଲି ଏବଂ ପ୍ରିନ୍ସପାଲ୍ ଏଲ୍ ଏନ ଦାଶ ସ୍ଵାଗତ କରିଥିଲେ। ପ୍ରଥମ ଦିନରେ ପିଲାମାନଙ୍କର ବିଜ୍ଞାନ କଳା ପ୍ରଦର୍ଶନୀ ହୋଇଥିଲା। ଏଥିସହ କଳିଙ୍ଗ ଉତ୍ସବ, ସାଂସ୍କୃତିକ ମହୋତ୍ସବ ଆୟୋଜନ କରାଯାଇଥିଲା ଯେଉଁଥିରେ ଓଡ଼ିଶାର ବିଭିନ୍ନ ପରମ୍ପରା ଏବଂ କଳା ରୂପକୁ ଆଲୋକିତ କରି ଓଡ଼ିଶୀ, ସମ୍ବଲପୁରୀ, ଗୋଟିପୁଅ, ପାଇକ ଆଖଡା ପ୍ରଦର୍ଶନ କରାଯାଇଥିଲା ।
ସେହିପରି ଡିସେମ୍ବର ୩ରେ ସ୍କୁଲ ଆମଂଥେଟରରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଏଏସ୍ ବିଶାଲ କୁମାର ଦେବ ଯୋଗ ଦେଇଥିଲେ। ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଅଭିନୀତ ନାଟକ ‘ ଚଣ୍ଡାଳିକା ‘ ମଞ୍ଚସ୍ଥ ହୋଇଥିଲା।
ଦୁଇ ଦିନିଆ ଉତ୍ସବକୁ ପ୍ରଶାସକ ଏନ ସାହୁ, ଆନନ୍ଦ ମୁଖାର୍ଜୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ସଂଯୋଜନା କରିଥିଲେ । ପରିଶେଷରେ ବରିଷ୍ଠ ଶିକ୍ଷକ ପାର୍ଥ ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.