Latest Odisha News

BREAKING NEWS

ମହାରାଷ୍ଟ୍ର, ରାଜସ୍ଥାନରେ ହିଂସା ଆଶଙ୍କା, ଏୟାରଲିଫ୍ଟ ପାଇଁ ୨୦ହଜାର ଆରଏଏଫ ପ୍ରସ୍ତୁତ

ମୁମ୍ବାଇ: ରାଜସ୍ଥାନ ଓ ମହାରାଷ୍ଟ୍ରରେ ବଡ ଧରଣର ହିଂସା ଏବଂ ଦଙ୍ଗା ଆଶଙ୍କା ରହିଛି ବୋଲି ସତର୍କ କରାଇଛି କେନ୍ଦ୍ରୀୟ ଇଂଟେଲିଜେନ୍ସ ବ୍ୟୁରୋ । ସମ୍ପୂର୍ଣ୍ଣ ଭାବେ ଆଲର୍ଟ ରହିବାକୁ ସହ ପାଖାପାଖି ୨୦ ହଜାର ଆରଏଏଫ ଯବାନଙ୍କୁ ଏୟାରଲିଫ୍ଟ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ସ୍ୱତନ୍ତ୍ର ଡ୍ୟୁଟିରେ ଯିବା ପାଇଁ ୧୫ ବାଟାଲିୟନକୁ ଗଣ୍ଡଗୋଳ ବିରୋଧୀ ଉପକରଣ ସହ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ଥାନରେ କହ୍ନେୟଲାଲ ହତ୍ୟାକାଣ୍ଡ ଏବଂ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତାରର ଫାଇଦା ଉଠାଇବା ପାଇଁ ଦଙ୍ଗାକାରୀ ଉଦ୍ୟମ କରୁଛନ୍ତି ।

BjdElectrycity

ବିଦ୍ରୋହୀ ବିଧାୟକମାନେ ମୁମ୍ବାଇରେ ପଂହଚିବା ମାତ୍ରେ ହିଂସାକାଣ୍ଡ ରଚିବା ପାଇଁ ଷଡଯନ୍ତ୍ର ରଚା ଯାଇଛି । ଭଲ ଫିଟନେସ ଥିବା ଯାନକୁ ଟାଙ୍କି ଫୁଲ କରି ଇନ୍ଧନ ରଖିବା ପାଇଁ କୁହାଯାଇଛି । ପ୍ରଥମେ ୮୩,୯୯ ଓ ୧୦୭ ବାଟାଲିୟନ ସଡକ ପଥରେ ଯିବେ । ଏହା ପରେ ସ୍ଥିତି ନିୟନ୍ତ୍ରଣକୁ ନ ଆସିଲେ ଅନ୍ୟ ୟୁନିଟଗୁଡିକ ଏୟାରଲିଫ୍ଟ ପାଇଁ ପ୍ରସ୍ତୁତ ରହିବେ ।

Leave A Reply

Your email address will not be published.