Latest Odisha News

BREAKING NEWS

ବେଆଇନ ଲଟେରୀ ସଂସ୍ଥା ଉପରେ ଚଢଉ, ୨ ଗିରଫ

ପାରଳାଖେମୁଣ୍ଡି : ଆଜି ବେଆଇନ ଲଟେରୀ ସଂସ୍ଥା ଉପରେ ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ ହୋଇଛି । ଦୀର୍ଘ ଦିନ ଧରି ଶ୍ରୀ ଲକ୍ଷ୍ମୀ ଗଣପତି ଲକି ଡ୍ର ସ୍କିମ ନାମରେ ବେଆଇନ ଭାବେ ଲଟେରୀ ସଂସ୍ଥା ଖୋଲି ଲୋକଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ କରି ଆସୁଥିବା ଅଭିଯୋଗ ହୋଇଆସୁଥିଲା । ବାରମ୍ବାର ଅଭିଯୋଗ ପରେ ଆଜି ଏହି ରେଡ୍ ହୋଇଥିଲା ।

ରେଡ୍ ବେଳେ ବହୁ କାଗଜପତ୍ର ସହ ସଂସ୍ଥାରେ ବ୍ୟବହୃତ କମ୍ପ୍ୟୁଟର ଜବତ ହୋଇଛି । ଏଥି ସହ ଦୁଇ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହି ସଂସ୍ଥା ଲୋକଙ୍କୁ ଲଟେରୀ ଉଠିବାର ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ କରି ଆସୁଥିଲା। ଥରକେ ୫୦୦ ଗ୍ରାହକଙ୍କୁ ଟାଗଚ୍ଛେଟ୍ ରଖୁଥିବା ବେଳେ ପ୍ରତ୍ୟେକ ଗ୍ରାହକ ପ୍ରତି ୧୫ ଦିନରେ ୩୦୦ ଟଙ୍କା ଲେଖାଏଁ ୨୬ ଥର ଜମା ଦେବାର ସ୍କିମ୍ ରହିଥିଲା । ଜଣେ ଗ୍ରାହକ ମୋଟ ୧୩ ହଜାର ୫୦୦ ଟଙ୍କା ଦେଉଥିବା ବେଳେ ୧୫ ଦିନକୁ ଥରେ ଲଟେରୀ ଉଠାଣ ବେଳେ ଫ୍ରିଜ, ଓ୍ବାସିଂ ମେସିନ, କୁଲର, ଟିଭି, ଫ୍ୟାନ ଆଦି ପ୍ରଦାନ କରି ଠକୁଥିବା ଅଭିଯୋଗ ହୋଇଛି। ଯାହାକୁ ଆଧାର କରି ଉକ୍ତ ସଂସ୍ଥାର କାର୍ଯାଳୟ ଉପରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କ ନାମରେ ପାରଳାଖେମୁଣ୍ଡି ଥାନାର କେସ ନମ୍ବର ୮୧/୨୦୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୋଲିସ।

Leave A Reply

Your email address will not be published.