Latest Odisha News

BREAKING NEWS

ଆସନ୍ତୁ ଜାଣିବା ଆମେରିକା ରାଷ୍ଟ୍ରପତିଙ୍କ ସମ୍ପର୍କରେ ରୋଚକ ତଥ୍ୟ

ୱାଶିଂଟନ: ଡେମୋକ୍ରେଟ ଜୋସେଫ ବାଇଡେନ ଆମେରିକାର ନୂତନ ରାଷ୍ଟ୍ରପତି ହେବେ । ଆସନ୍ତୁ ଜାଣିବା ଆମେରିକାର ରାଷ୍ଟ୍ରପତିଙ୍କ ସମ୍ପର୍କରେ କେତେକ ରୋଚକ ତଥ୍ୟ ।

୧.ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୫ତମ ରାଷ୍ଟ୍ରପତି ଥିଲେ । ତେବେ ପ୍ରକୃତରେ ସେ ୪୪ତମ ରାଷ୍ଟ୍ରପତି । ଗ୍ରୋଭର କ୍ୱିଲେଣ୍ଡ ୧୮୮୪ ନିର୍ବାଚନରେ ଜିତି ରାଷ୍ଟ୍ରପତି ହୋଇଥିଲେ । ୧୮୮୮ରେ ହାରିଥିଲେ ଏବଂ ୧୮୯୨ରେ ଜିତିଥିଲେ । ତାଙ୍କ କାର୍ଯ୍ୟକାଳ ଦୁଇ ଥର ଥିଲା କିନ୍ତୁ ବ୍ୟକ୍ତିବିଶେଷ ଭାବେ ଏକ ଥିଲେ ।
୨. ଫ୍ରାଙ୍କଲିନ୍ ରୁଜଭୋଲ୍ଟ ୪ ଥର ଆମେରିକା ରାଷ୍ଟ୍ରପତି ରହିଛନ୍ତି । ୧୯୩୩ରୁ ୧୯୪୫ ୩ଥର ରହିବା ପରେ ୪ର୍ଥ ବିଜୟୀ ହୋଇଥିଲେ । ମାତ୍ର ଏହାର କିଛି ଦିନ ପରେ ମୃତ୍ୟୁବରଣ କରିଥିଲେ । ସେ ସମୟରେ ଜଣେ ବ୍ୟକ୍ତି କେତେ ଥର ରାଷ୍ଟ୍ରପତି ହେବ ତାହା ଠିକ୍ ହୋଇ ନଥିଲା । ୧୯୪୫ରେ ନୂତନ ନିୟମ ଲାଗୁ ହୋଇଥିଲା ।

୩. ଜନ ଏଫ କେନେଡି ୪୩ ବର୍ଷରେ ସବୁଠାରୁ କମ୍ ଆୟୁର ରାଷ୍ଟ୍ରପତି ହୋଇଥିଲେ । ବୟୋଜ୍ୟେଷ୍ଠ ରାଷ୍ଟ୍ରପତି ବାଇଡେନ(୭୭) ହେବେ । ତାଙ୍କ ପୂର୍ବରୁ ରୋନାଲ୍ଡ ରିଗନ(୭୩)ଙ୍କ ନାମରେ ଏହି ରେକର୍ଡ ଥିଲା ।
୪. ଗେରାଲ୍ଡ ଫୋର୍ଡ ଭାଗ୍ୟ ବଳରେ ରାଷ୍ଟ୍ରପତି ହୋଇଛନ୍ତି । ୧୯୭୩ରେ ଶିପ୍ନୋ ଏଗ୍ନୋଇ ଇସ୍ତଫା ଦେବା ପରେ ସେ ଉପ ରାଷ୍ଟ୍ରପତି ହୋଇଥିଲେ । ୧୯୭୪ରେ ନିକ୍ସନ ଇସ୍ତଫା ଦେବା ପରେ ସେ ରାଷ୍ଟ୍ରପତି ହୋଇଥିଲେ ।
୫. ଆବ୍ରାହମ ଲିଙ୍କନ ସବୁଠାରୁ ଡେଙ୍ଗା ( ୬ଫୁଟ ୪ ଇଂଚ) ଓ ଜେମ୍ସ ମେଡିସିନ୍ ସବୁଠାରୁ ଗେଡା ( ୫ଫୁଟ ୪ ଇଂଚ) ରାଷ୍ଟ୍ରପତି ରେକର୍ଡ ବହନ କରୁଛନ୍ତି ।

୬. ଜେମ୍ସ ବୁକାନନ ଆମେରିକାର ଏକମାତ୍ର ବ୍ୟାଚେଲର ରାଷ୍ଟ୍ରପତି ଭାବେ ପରିଗଣିତ ।
୭. ୮ରାଷ୍ଟ୍ରପତି କାର୍ଯ୍ୟକାଳରେ ମୃତ୍ୟୁବରଣ କରିଛନ୍ତି । ସେମାନେ ହେଲେ- ୱିଲିୟମ ହେନେରେୀ ହ୍ୟାରିସନ, ଜାଚେରୀ ଟେଲର, ଆବ୍ରାହାମ ଲିଙ୍କନ, ଜେମ୍ସ ଗ୍ୟାରୀଫିଲ୍ଡ, ୱିଲିୟମ ମ୍ୟାକନେଲ, ୱାରେନ ହେଡିଂଙ୍ଗ, ଫ୍ରାଙ୍କଲିନ୍ ଡି ରୋଜଭୋଲ୍ଟ, ଜନ ଏଫ କେନେଡି ।
୮. ୧୮୭୨ରେ ପ୍ରଥମ ମହିଳା ଭାବେ ଭିକ୍ଟୋରିଆ ଉଡହ୍ୱିଲ ରାଷ୍ଟ୍ରପତି ନିର୍ବାଚନ ଲଢ଼ିଥିଲେ । ଏହା ପରେ ହିଲାରୀ କ୍ଲିଂଟନ ୨ ମୁଖ୍ୟ ପାର୍ଟି ପକ୍ଷରୁ ପ୍ରେସିଡେନସିଆଲ କ୍ୟାଣ୍ଡିଡେଟ ରହିଛନ୍ତି ।

୯. ବାରାକ ଓବାମା ପ୍ରଥମ ଆଫ୍ରିକାନ୍‌-ଆମେରିକା ଭାବେ ରାଷ୍ଟ୍ରପତି ହୋଇଥିଲେ ।

Comments are closed.