Latest Odisha News

ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷର କାମଚଳା ବଜେଟ ଉପସ୍ଥାପିତ

ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ୍ ଉପସ୍ଥାପିତ

ଭୁବନେଶ୍ୱର : ବିଧାନସଭାରେ ଆଜି କାମଚଳା ବଜେଟ ଉପସ୍ଥାପନ କରାଯାଇଛି ।୨୦୨୨-୨୩ ଆର୍ଥିକ ବର୍ଷର କାମଚଳା ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମହାମାରୀ ଓ ୟୁକ୍ରେନ ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।ଏହି ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ୭.୮ ପ୍ରତିଶତ ରହିଛି ।ଓଡିଶାର ଅଭିବୃଦ୍ଧି ହାର ୯.୫ ପ୍ରତିଶତ ରହିପାରେ । ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ଖର୍ଚ୍ଚ ବାବଦକୁ ଏକ ଲକ୍ଷ ୬ ହଜାର ୪ ଶହ ୯୮ କୋଟି ଟଙ୍କା ଲେଖାନୁଦାନ ଆଗତ କରାଯାଇଛି ।

ମିଶନ ଶକ୍ତି ପାଇଁ ୨ହଜାର କୋଟି ଟଙ୍କାର ବ୍ୟୟ ବରାଦ। ଶିକ୍ଷା ବିଭାଗ ପାଇଁ ୨୬ହଜାର ୪୯୨କୋଟି ବ୍ୟୟ ବରାଦ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଯୋଜନା ପାଇଁ ୨୦ହଜାର ୩୪୪କୋଟି, କାଳିଆ ଯୋଜନା ପାଇଁ ୧ହଜାର ୮ଶହ ୭୪କୋଟି, ସାର ଓ ବିହନ ପାଇଁ ସୁଧମୁକ୍ତ ରଣ ବାବଦକୁ ୧୦୦କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ଏଥିରେ ପ୍ରାକ୍ୃତିକ ବିପର୍ଯ୍ୟୟ ଖର୍ଚ୍ଚ ବାବଦକୁ ମୋଟ ବାର୍ଷିକ ଆୟ ବ୍ୟୟ ଅଟ୍ଟକଳର ଶତ ପ୍ରତିଶତ ଏବଂ ଅନନ୍ନ୍ୟ ଖର୍ଚ୍ଚ ବାବବଦକୁ ବ୍ୟୟ ଅଟ୍ଟକଳରେ ୫୦ ପ୍ରତିଶତ ରହିଛି । ଏଥର ବଜେଟରେ କୃଷି ଓ ଆନୁସଙ୍ଗୀତ କ୍ଷେତ୍ର ପାଇଁ ବ୍ୟୟ ଅଟ୍ଟକଳ ଯଥେଷ୍ଟ ବୃଦ୍ଧି କରାଯାଇଛି ୨୦, ୩୪୪ କୋଟି ଟଙ୍କା ଆକଳନ କରାଯାଇଛି । ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ର ପାଇଁ ୨୩,୯୪୭ କୋଟି ଟଙ୍କା ବ୍ୟୟ ବରାଦ ।ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୨,୨୪୧କୋଟି ଟଙ୍କା ବ୍ୟୟବରାଦ ।

ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୮.୨୫୫ କୋଟି ଟଙ୍କା ପୁଞ୍ଜି ବିନିଯୋଗ । ଅନୁସୂଚିତ ଜନଜାତି ଓ ଜାତି ମାନଙ୍କ ପାଇଁ ଚିହ୍ନଟ ଯୋଜନା ଦ୍ୱାରା କାର୍ଯ୍ୟକ୍ରମ ବ୍ୟୟ ମାଧ୍ୟମରେ ୩୩,୨୦୩ କୋଟି ଟଙ୍କା ବ୍ୟୟବରାଦ । ଟିକସ ଓ ରାଜ୍ୟ ସାମଗ୍ରୀକ ଘରୋଇ ଉତ୍ପାଦନ ଅନୁପାତ ୨୦୨୨-୨୩ ବିଇ ରେ ୬.୪ ପ୍ରତିଶତ ଦେବା ପାଇଁ ଅଟକଳ କରାଯାଇଛି । ମୋଟ ରାଜସ୍ୱରେ ନିଜସ୍ୱ ରାଜସ୍ୱ ଭାଗ ପ୍ରାୟ ୫୮ ପ୍ରତିଶତ ହୋଇପାରିଛି ।

ଯାହାଦ୍ୱାରା କେନ୍ଦ୍ରୀୟ ସହାୟତା ଉପରେ ଆମର ନିର୍ଭରଶୀଳତା କମିଛି । ରାଜସ୍ୱ ବଳକା ରାଜ୍ୟ ସାମଗ୍ରୀକ ଘରୋଉ ଉତ୍ପାଦନର ୨.୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । ବିଭିନ୍ନ ନିଅଣ୍ଟ , ଘରୋଇ ଉତ୍ପାଦନ ଧାର୍ଯ୍ୟ ଲକ୍ଷ୍ୟର ୩ ପ୍ରତିଶତ ମଧ୍ୟରେ ସୀମିତ ରହିବ । ପୁଞ୍ଜି ବ୍ୟୟବରାଦ ବାବଦକୁ ୪୦, ୦୧୧ କୋଟି ଟଙ୍କା ଅଟକଳ ହୋଇଛି ।ଯାହାକି ସାମଗ୍ରୀକ ରାଜ୍ୟ ଘରୋଇ ଉତ୍ପାଦନ ଜିଏସଡିପି ର ୫ ଦଶମିକ ୬ ପ୍ରତିଶତ ଅଟେ ।

Comments are closed.