Latest Odisha News

ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଭୁବନେଶ୍ୱର: ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ଆୟୋଜିତ ହୋଇଥିଲା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ଅବସରରେ ସ୍ୱାଭିମାନର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡଃ ଶ୍ରୁତି ମହାପାତ୍ର କହିଥିଲେ, “ଭିନ୍ନକ୍ଷମର ଅର୍ଥ ହେଉଛି ଅନ୍ତର୍ଭୁକ୍ତ ସହ ଅଭିଗମ୍ୟତା ଏବଂ ଏହାର ପାର୍ଥକ୍ୟକୁ ଗ୍ରହଣ କରିବା ସହ ବିବଧତାକୁ ପାଳନ କରିବା” ।

କାର୍ଯ୍ୟକ୍ରମରେ ଅବସରରେ ମୁଖ୍ୟ ଅତିଥି ଡଃ ମହାପାତ୍ର ଏପରି ବି କହିଥିଲେ ଯେ, ଅଭିଗମ୍ୟତା କେବଳ ଏକ ସମସ୍ୟା ନୁହେଁ ଯାହା କେବଳ ଭିନ୍ନକ୍ଷମଙ୍କ ପାଇଁ ପ୍ରଯୁଜ୍ୟ, ଏହା ଏକ ସମସ୍ୟା ଯାହା ସମସ୍ତଙ୍କୁ ପ୍ରଭାବିତ କରିଥାଏ । ଶରୀରର ଅକ୍ଷମତା ଅପେକ୍ଷା ମନର ଅକ୍ଷମତା ମନରେ ନକାରାତ୍ମକ ପ୍ରଭାବ ପକାଇଥାଏ । ତେଣୁ ଯୁବପିଢିଙ୍କୁ ସକାରାତ୍ମକ ଭାବନା ସହ ତାଲିମ୍ ଦେବା ଦରକାର ଯାହା ଏକ ନୂତନ ବିଶ୍ୱ ଗଠନରେ ସହାୟକ ହେବ” ।

ଉନ୍ନତ ଶିକ୍ଷାଶୈଳୀ ଓ ଅନୁଶାସନ ବଳରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଓଡିଶାର ଶିକ୍ଷାକୁ ଆନ୍ତର୍ଜାତୀୟ ସ୍ତରରେ ପହଂଚାଇବାର ଅଦମ୍ୟ ଚେଷ୍ଟା ପାଇଁ ଡଃ ମହାପାତ୍ର ସ୍ୱର୍ଗତ ବିଜୟ କୁମାର ସାହୁଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ତା ଛଡା ଏକ ଇଣ୍ଟର-ରଆକ୍ଟିଭ୍ କାର୍ଯ୍ୟକ୍ରମରେ ପୌରାଣିକ କାହାଣୀ ମାଧ୍ୟମରେ ଭିନ୍ନକ୍ଷମତାର ଅର୍ଥକୁ ଛାତ୍ରଛାତ୍ରୀଙ୍କୁ ବୁଝାଯାଇଥିଲା । ଛାତ୍ରଛାତ୍ରୀମାନଙ୍କୁ ଡଃ ମହାପାତ୍ର ନିଜ ଅନୁଭୂତି ବାଣ୍ଟିିବା ସହିତ କିଛି ସାଙ୍କେତିକ ଭାଷା ମଧ୍ୟ ଶିଖାଇଥିଲେ ।

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଅନ୍ୟାନ୍ୟ ଅତିଥୀ ତଥା ପରିଚାଳଖ ଭାବେ ସାଇ ଇଣ୍ଟରନ୍ୟାସନାଲ୍‌ର ସ୍କୁଲର ସିନିୟର୍ ପ୍ରିନ୍ସପାଲ୍ ଶ୍ରୀ ନୀଳକଣ୍ଠ ପାଣିଗ୍ରାହୀ ଏବଂ ପ୍ରିନ୍ସପାଲ୍ ସେକେଣ୍ଡାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.