Latest Odisha News

ହାଇଦ୍ରାବାଦରୁ ୩ ଓମିକ୍ରନ୍‌ ମାମଲା ଚିହ୍ନଟ

ହ୍ରାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରେ ନୂତନ ଭାବେ ଚିହ୍ନଟ ହୋଇଥିବା ଓମିକ୍ରନ୍ କୋଭିଡ୍ ଭାରିଆଣ୍ଟ୍‌ର ତିନୋଟି ନୂଆ ମାମଲା ରିପୋର୍ଟ ହୋଇଛି। ସଂକ୍ରମିତ ମଧ୍ୟରେ ଜଣେ ସାତ ବର୍ଷର ଶିଶୁ ଥିବା ମଧ୍ୟ ଜଣାପଡ଼ିଛି।

ଜଣେ ୨୪ ବର୍ଷୀୟ କେନିଆ ନାଗରିକ ଏବଂ ସୋମାଲିଆ ନାଗରିକ ହାଇଦ୍ରାବାଦରେ ପହଞ୍ଚିବା ପରେ ଏହି ମାମଲା ରିପୋର୍ଟ ହୋଇଥିଲା।

କୋଲକାତା ଅଭିମୁଖେ ଯାଉଥିବା ଆଉ ଜଣେ ସାତ ବର୍ଷ ବୟସ୍କ ପିଲା ମଧ୍ୟ ହାଇଦ୍ରାବାଦରେ ପହଞ୍ଚିବା ପରେ ଓମିକ୍ରନ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗକୁ ତେଲେଙ୍ଗାନା ସରକାର ଏ ନେଇ ସୂଚନା ଦେଇଛନ୍ତି।

ପୂର୍ବରୁ ଜଣାଯାଇଛି ଯେ, ‘ଓମିକ୍ରନ୍’ ଆତଙ୍କକୁ ଦୃଷ୍ଟିରେ ରଖି ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ସରକାର ପରୀକ୍ଷା ପ୍ରଣାଳୀକୁ ଆହୁରି ଦୃଢ କରାଯାଇଛି।

୧୧ ଟି ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ଆରଟି-ପିସିଆର୍‌ ପରୀକ୍ଷା କରାଯାଉଥିବା ସୂଚନା ମିଳିଛି।

Leave A Reply

Your email address will not be published.