Latest Odisha News

BREAKING NEWS

କେଉଁଠୁ ଆସିଛି ‘କରୋନା’? ଜାଣିବା ପାଇଁ ଆସନ୍ତା ମାସ‌ରେ ଚୀନ୍‌ ଗସ୍ତ କରିବେ ବିଶେଷଜ୍ଞ ଦଳ; ‘ହୁ’

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଜରୁରୀକାଳୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମୁଖ୍ୟ କହିଛନ୍ତି ଯେ କରୋନା ମହାମାରୀର ଆରମ୍ଭ ଜାଣିବା ପାଇଁ ଜାନୁଆରୀ ପ୍ରଥମ ସପ୍ତାହରେ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଏକ ଦଳ ଚୀନ୍ ଗସ୍ତ କରିବେ। ଡିସେମ୍ବର ୨୦୧୯ ରେ ଉହାନ ସହରରେ ପ୍ରଥମେ କରୋନା ମାମଲା ସାମ୍‌ନାକୁ ଆସିଥିଲା।

ଡାକ୍ତର ମାଇକେଲ ରିୟାନ୍ କହିଛନ୍ତି ଯେ ଚାଇନା ଯାଉଥିବା ଦଳ ପାଇଁ ସଙ୍ଗରୋଧର ବ୍ୟବସ୍ଥା କରାଯିବ ଏବଂ ସେମାନେ ଉହାନରେ ମହାମାରୀ ସହ ଜଡିତ ସନ୍ଦିଗ୍ଧ ସ୍ଥାନଗୁଡିକ ଯାଞ୍ଚ କରିବେ। ସେ କହିଛନ୍ତି, ଏହି ମିଶନର ମୂଳ ଉଦ୍ଦେଶ୍ୟ ହେଉଛି ମୂଳ ସ୍ଥାନକୁ ଯିବା ଯେଉଁଠାରୁ ମାନବ ସଂକ୍ରମଣ ମାମଲା ଆସିଛି ଏବଂ ଆମେ ଆଶା କରୁଛୁ ଯେ ଆମେ ମଧ୍ୟ ତାହା କରିବୁ। ସେ କହିଛନ୍ତି ଯେ ଆନ୍ତର୍ଜାତୀୟ ବିଶେଷଜ୍ଞ ଦଳ ଆମର ଚାଇନାର ସହକର୍ମୀମାନଙ୍କ ସହ କାମ କରିବେ ଏବଂ ସେମାନେ ଆମର ଚୀନ୍ ଅଧିକାରୀଙ୍କ ତତ୍ବାବଧାନରେ ରହିବେ ନାହିଁ। ରିଆନ୍ କହିଛନ୍ତି ଯେ ବିଶ୍ୱରେ ଟୀକାକରଣର ଆରମ୍ଭ କରାଯିବା ଉଚିତ୍, କିନ୍ତୁ ଆଗାମୀ ତିନିରୁ ଚାରି ମାସ କଷ୍ଟସାଧ୍ୟ ହେବ।

 

Comments are closed.