Latest Odisha News

BREAKING NEWS

ଦିବାରାତ୍ର ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ

ଆଡିଲେଡ: ଏଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଭାରତ ୮ ଉଇକେଟରେ ଶୋଚନୀୟ ପରାଜୟବରଣ କରିଛି । ଏଥିସହ ଅଷ୍ଟ୍ରେଲିଆ ୪ ମ୍ୟାଚ ବିଶିଷ୍ଟ ସିରିଜରେ ଘରୋଇ ଦଳ ୧-୦ର ଅଗ୍ରଣୀ ହାସଲ କରିନେଇଛି । ଭାରତ ପ୍ରଦତ ୯୦ ରନର ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୨ ଉଇକେଟରେ ହାସଲ କରି ନେଇଥିଲା ।

ଭାରତ ପ୍ରଥମ ଇନିଂସ ୨୪୪ ରନ ଜବାବରେ ଅଷ୍ଟ୍ରେଲିଆ ୧୯୧ ରନ ସଂଗ୍ରହ କରିଥିଲା । ଦ୍ୱିତୀୟ ଇନିଂସରେ ଭାରତ ଲଜ୍ଜାଜନକ ବ୍ୟାଟିଂ କରି ୩୬ ରନରେ ଅଲଆଉଟ ହୋଇ ଯାଇଥିଲା । ଟେଷ୍ଟ ମ୍ୟାଚରେ ଭାରତର ଏହି ଅଲେଡା ରେକର୍ଡ ସବୁଦିନ ପାଇଁ ପ୍ରଶଂସକଙ୍କୁ ନିରାଶ କରିବ । ଟିମ୍ ପେନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

Leave A Reply

Your email address will not be published.