Latest Odisha News

BREAKING NEWS

ଆନ୍ତର୍ଜାତୀୟ ମାଷ୍ଟର୍ସ ଲିଗ୍ ୨୦୨୫: ଶ୍ରୀଲଙ୍କା ବିପକ୍ଷରେ ଗ୍ରାଉଣ୍ଡକୁ ଓହ୍ଲାଇବେ ସଚିନଙ୍କ ଇଣ୍ଡିଆ ଟିମ୍

ମୁମ୍ବାଇ:ଆଜି ଗ୍ରାଉଣ୍ଡକୁ ଓହ୍ଲାଇବେ ଲିଜେଣ୍ଡ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର, କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂ, ସୁରେଶ ରୈନା ଏବଂ ପଠାନ ବ୍ରଦର୍ସଙ୍କ ଭଳି ମହାନ୍ ଖେଳାଳି । ଦର୍ଶକ ଦେଖିବେ ଏହି ମହାନ କ୍ରିକେଟରଙ୍କ ଛକା ଚୌକା । କେବଳ ସେତିକି ନୁହେଁ ଇଣ୍ଡିଆ ମାଷ୍ଟର୍ସ ଟିମ୍ ର ନେତୃତ୍ବ ନେଇଛନ୍ତି ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର । ତେବେ ଆନ୍ତର୍ଜାତୀୟ ମାଷ୍ଟର୍ସ ଲିଗ୍ (IML) ୨୦୨୫ ଆଜି ୨୨ଫେବୃଆରୀରୁ ଆରମ୍ଭ ହେବ | ଲିଗ୍‌ର ପ୍ରଥମ ମ୍ୟାଚ୍‌ ନଭି ମୁମ୍ବାଇ ସ୍ଥିତ ଡି.ଓ୍ବାଇ ପାଟିଲ ଷ୍ଟାଡିୟମରେ ଇଣ୍ଡିଆ ମାଷ୍ଟର୍ସ ଏବଂ ଶ୍ରୀଲଙ୍କା ମାଷ୍ଟର୍ସ ମଧ୍ୟରେ ଖେଳାଯିବ। ଶ୍ରୀଲଙ୍କା ମାଷ୍ଟର୍ସ ଟିମ୍ ର ନେତୃତ୍ବ ନେଇଛନ୍ତି କୁମାର ସାଙ୍ଗାକାରା । ୨୨ ଫେବୃଆରୀରୁ ୧୬ ମାର୍ଚ୍ଚ ମଧ୍ୟରେ ୩ ଟି ସ୍ଥାନ ନାଭି ମୁମ୍ବାଇ, ଭଦୋଦରା ଏବଂ ରାୟପୁରରେ ୧୮ ଟି ମ୍ୟାଚ୍ ଖେଳାଯିବ । ମାର୍ଚ୍ଚ ୧୬ରେ ଟାଇଟଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ।

ଏହି ମ୍ୟାଚ ସନ୍ଧ୍ୟା ୭.୩୦ରୁ ଆଗମ୍ଭ ହେବ । ଏହି ମ୍ୟାଚରେ ଉଭୟ ଦେଶର ଅନେକ କିମ୍ବଦନ୍ତୀ ଖେଳାଳି ପୁଣି ଥରେ ଖେଳୁଥିବାର ଦେଖିବାକୁ ମିଳିବ । ଯଦି ଆପଣ ଟିଭିରେ ଆନ୍ତର୍ଜାତୀୟ ମାଷ୍ଟର୍ସ ଲିଗ୍ ୨୦୨୫ ମ୍ୟାଚ୍ ଦେଖିବାକୁ ଚାହାଁନ୍ତି, ତେବେ ଏହା କଲର୍ସ ସିନେପ୍ଲେକ୍ସ ଏବଂ କଲର୍ସ ସିନେପ୍ଲେକ୍ସ ସୁପରହିଟ୍ ରେ ସିଧା ପ୍ରସାରଣ ଦେଖିପାରିବେ । ଯଦି ଆପଣ ନିଜ ସ୍ମାର୍ଟଫୋନରେ ଏହି ମ୍ୟାଚ୍ ଦେଖିବାକୁ ଚାହାଁନ୍ତି, ତେବେ ଆପଣ ଜିଓ ହଟଷ୍ଟାରରେ ଏହି ମ୍ୟାଚ୍ ଉପଭୋଗ କରିପାରିବେ ।

ଟି -20 ଫର୍ମଟାରେ ଏହି ଆନ୍ତର୍ଜାତୀୟ ମାଷ୍ଟର୍ସ ଲିଗ୍ ଖେଳାଯାଉଛି । ଏହି ଆନ୍ତର୍ଜାତୀୟ ମାଷ୍ଟର୍ସ ଲିଗରେ ଛଅ ଟି ଦଳ ଅଂଶଗ୍ରହଣ କରିବେ । ଭାରତ ଏବଂ ଶ୍ରୀଲଙ୍କା ବ୍ୟତୀତ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍, ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡର ଦିଗଜ ଖେଳାଳିମାନେ ଏହି ଟୁର୍ନାମେଣ୍ଟରେ ଖେଳୁଥିବା ଦେଖିବାକୁ ମିଳିବ।

 

ଇଣ୍ଡିଆ ମାଷ୍ଟର୍ସ ସ୍କ୍ବାର୍ଡ: ସଚିନ ତେନ୍ଦୁଲକର (ଅଧିନାୟକ), ନମନ୍ ଓଜା (ୱିକେଟ୍ ରକ୍ଷକ), ସୁରେଶ ରୈନା, ଯୁବରାଜ ସିଂ, ୟୁସୁଫ ପଠାନ, ଗୁରୁକେରାଟ ସିଂ ମନ, ଇରଫାନ ପଠାନ, ବିନୟ କୁମାର, ଧୱଲ କୁଲକର୍ଣ୍ଣି, ଅଭିମାନୁ ମିଥୁନ, ରାହୁଲ ଶର୍ମା, ଶାହବାଜ ନାଦିମ, ପବନ ନେଗି, ଅମ୍ବାତି ରାୟଡୁ

ଶ୍ରୀଲଙ୍କା ମାଷ୍ଟର୍ସ ସ୍କ୍ବାର୍ଡ:କୁମାର ସାଙ୍ଗାକାରା (ଅଧିନାୟକ), ଲାହିରା ଥିରିମାନ, ଉପୁଲ ଥରଙ୍ଗା, ଅସେଲା ଗୁନାରତ୍ନେ, ଅଶାନ ପ୍ରିୟଜନ, ଚିଂତାକା ଜୟସିଂଘେ, ଚାଟୁରଙ୍ଗା ଦେ ସିଲଭା, ଦିରୁୱାନ ପରେରା, ଜିୱାନ ମେଣ୍ଡିସ, ଇସୁରୁ ଉଡାନା, ରୋମେଶ କାଲୁୱିଥାରାନା, ସିକ୍କୁଗେ ପ୍ରସନ୍ନ, ଧାମିକା ପ୍ରସାଦ, ନୁୱାନ ପ୍ରଦୀପ

 

 

Comments are closed.