ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ବୁଧବାର ଦିନ ଦେଶରେ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ୨୮ ଫେବୃଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ସେ କହିଛନ୍ତି।
ବିମାନ ଚଳାଚଳ ନିୟାମକ ଦ୍ବାରା ଜାରି କରାଯାଇଥିବା ସର୍କୁଲାରରେ କୁହାଯାଇଛି ଯେ ଫେବୃଆରୀ ୨୮, ୨୦୨୨ ଯାଏ ଭାରତରୁ ନିର୍ଦ୍ଧାରିତ ଇଣ୍ଟରନ୍ୟାସନାଲ କମର୍ସିଆଲ ଫ୍ଲାଇଟ୍ସ ସେବା ସ୍ଥଗିତ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।
ଏହି ପ୍ରତିବନ୍ଧକ ଅନ୍ତର୍ଜାତୀୟ ଅଲ-କାର୍ଗୋ ଅପରେସନ୍ ଏବଂ DGCA ଦ୍ୱାରା ସ୍ବତନ୍ତ୍ର ଭାବରେ ଅନୁମୋଦିତ ବିମାନଗୁଡିକ ପାଇଁ ପ୍ରଯୁଜ୍ୟ ହେବ ନାହିଁ।
କରୋନା ମାମଲାରେ ବୃଦ୍ଧି ପାଇବା ପରେ ମାର୍ଚ୍ଚ ୨୩, ୨୦୨୦ ରେ ଭାରତ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ରଖିଥିଲା।
Comments are closed.