Latest Odisha News

ମସ୍କୋରେ ଭାରତ ଉତ୍ସବରେ ସାମିଲ ହେଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ

ପୁରୀ: ଚଳିତ ମାସ ୫ ରୁ ୧୩ ତାରିଖ ପର୍ଯ୍ୟନ୍ତ ଋଷିଆର ମସ୍କୋରେ ଆୟୋଜିତ ଭାରତ ଉତ୍ସବ-୨୦୨୫ରେ ଓଡ଼ିଆ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ସାମିଲି ହୋଇଛନ୍ତି। ଏହି ଅବସରରେ ଭାରତୀୟ ଦୂତାବାସ ଦ୍ୱାରା ନିଷ୍ପତ୍ତି ଅନୁଯାୟୀ, ସୁଦାମ ପ୍ରଧାନ ବାଲୁକା କଳା ଜରିଆରେ ଭାରତର ବିବିଧତା ଉପସ୍ଥାପନ କରିଥିଲେ। ବାଲିରେ ମହୀସୂରୁ ଏବଂ କେରଳର ପ୍ରସିଦ୍ଧ ହାତୀ ମହୋତ୍ସବ, ପଶ୍ଚିମବଙ୍ଗର ମହାବଳ ବାଘ, ମାତୃଓଷ୍କା, ରୁଷିଆ ପୁତୁଳାର ପ୍ରସିଦ୍ଧ କାରିଗରୀ, ଜାତୀୟ ପକ୍ଷୀ ମୟୂର ଏବଂ ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟ ନିର୍ମାଣ କରିଥିଲେ।

ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଅତିଥିମାନେ ବାଲୁକା କଳାକୁ ପ୍ରଶଂସା କରିଥିଲେ। ସେହିଭଳି ଦ୍ୱିତୀୟ ଦିନରେ, ବାଲି ଉପରେ କୋଣାର୍କ ଚକ୍ର ମାଧ୍ୟମରେ ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରଦର୍ଶିତ କରିଥିଲି। ତତ୍ ସହିତ ସେଠାକାର ବ୍ରାଉନ ବିୟର(ପଶୁ)ର ଚିତ୍ର ବାଲିରେ ନିର୍ମିତ ହୋଇଥିଲା। ଏଥିରେ ପଖାପାଖି ୬୦ ଟନ୍ ବାଲି ଓ ୨୦ ଘଣ୍ଟା ଲାଗିଥିବା ବାଲୁକା ଶିଳ୍ପୀ ମତବ୍ୟକ୍ତ କରିଛନ୍ତି।

ଉକ୍ତ ମହୋତ୍ସବରେ ମସ୍କୋର ମାନେଝନାୟା ସ୍କୋୟାରରେ ରାଷ୍ଟ୍ରଦୂତ ଏବଂ ମସ୍କୋ ସହର ପର୍ଯ୍ୟଟନ କମିଟିର ଉପାଧ୍ୟକ୍ଷ ବୁଲାଟ ନୁରମୁଖାନୋଭ, ଡେପ୍ୟୁଟି ଚିଫ୍ କମିଶନ ନିଖିଲେଶ ଗିରି, କଳାହାଣ୍ଡି ସାଂସଦ ସୁଜିତ କୁମାର (ଓଡ଼ିଶା); ମହାକାଶ ପରିଷଦ (council of space), ମସ୍କୋରେ ଥିବା ଭାରତୀୟ ଦୂତାବାସ, ଅଧିକାରୀ, ଅନୁପ ଶ୍ରୀବାସ୍ତବ, ଏବଂ ଦିଲ୍ଲୀ ପର୍ଯ୍ୟଟନ ବିଭାଗ ସଚିବ ନିହାରିକା ରାୟ ଉପସ୍ଥିତ ଥିଲେ। ଭାରତୀୟ ସଂସ୍କୃତିର ଏକ ମହାନ ଉତ୍ସବ ଆରମ୍ଭ ହେଉଛି।

Comments are closed.