Latest Odisha News

ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି ହଟିଲା କ୍ବାରେଣ୍ଟାଇନ୍‌ କଟକଣା

ନୂଆଦିଲ୍ଲୀ: ଆଜିଠୁ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି ହଟିଲା କ୍ବାରେଣ୍ଟାଇନ୍‌ କଟକଣା। ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ଭାରତ ନୂତନ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁ ଦେଶର ଟିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦନ ହୋଇଛି ସେହି ଦେଶରୁ ଯାତ୍ରୀମାନଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ ନାହିଁ। ତଥାପି, ସେମାନଙ୍କୁ କୋଭିଡ-୧୯ ଆରଟିପିସିଆର୍‌ ରିପୋର୍ଟ ଦାଖଲ କରିବାକୁ ପଡ଼ିବ ବୋଲି କୁହାଯାଇଛି।

ମନ୍ତ୍ରଣାଳୟ କହିଛି ଯେ କୋଭିଡ-୧୯ ମହାମାରୀର ପ୍ରଭାବ କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ କିଛି ଆଞ୍ଚଳିକ ପରିବର୍ତ୍ତନ ହ୍ରାସ ପାଇଛି। ଭୂତାଣୁର ସର୍ବଦା ବଦଳୁଥିବା ରୂପ ଏବଂ SARS-coV-2 ପ୍ରଜାତି ଉପରେ ନଜର ରଖିବାର ଆବଶ୍ୟକତା ରହିଛି ବୋଲି ଏଥିରେ କୁହାଯାଇଛି। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି।

Comments are closed.