Latest Odisha News

BREAKING NEWS

ଆଇଆଇଏମସିରେ ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ; କ୍ୟାମ୍ପସ୍ ସଫେଇ କଲେ ଛାତ୍ରଛାତ୍ରୀ

ଢେଙ୍କାନାଳ: ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳିତ ହୋଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନେ କ୍ୟାମ୍ପସ ସଫେଇ କରିଥିଲେ । ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହୋଇ କ୍ୟାମ୍ପସରେ ପଡି଼ଥିବା ପ୍ଲାଷ୍ଟିକ, ବ୍ୟବହୃତ ପେନ୍‍, ବୋତଲ, କପ୍‍, ଚାମଚ ଆଦି ସଫେଇ କରିଥିଲେ ।
ସହାୟକ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର, ସମ୍ବିତ୍‍ ପାଲ, ପାଠ୍ୟକ୍ରମ ସଂଯୋଜକ ଜିତେନ୍ଦ୍ର ପତି ପ୍ରମୁଖ ଛାତ୍ରଛାତ୍ରୀଙ୍କ ସହ ସାମିଲ ହୋଇ ନିୟମିତ ସ୍ୱେଚ୍ଛାସେବୀ କାର୍ୟ୍ୟ କରିବାକୁ ଉତ୍ସାହିତ କରିଥିଲେ ।

‘ଚିରନ୍ତନ ବିକାଶ ଲକ୍ଷ୍ୟ’ରେ ପହଞ୍ଚିବାକୁ ହେଲେ ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱେଚ୍ଛାସେବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । କେବଳ ସରକାର ସବୁ କିଛି କରିପାରିବେ ନାହିଁ । ଏଥିପାଇଁ ପ୍ରତ୍ୟେକ ଲୋକଙ୍କର ଅବଦାନ ଲୋଡ଼ା । ତେଣୁ ପ୍ରତ୍ୟେକ ନାଗରିକ ନିଜ ସ୍ତରରେ ସମାଜର ଉନ୍ନତି ପାଇଁ କାର୍ୟ୍ୟ କରିବା ଉଚିତ ବୋଲି ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କୁ ପ୍ରବର୍ତ୍ତାଇଥିଲେ । କୌଣସି ସ୍ୱାର୍ଥ ରହିତ କାର୍ୟ୍ୟ କଲେ ମଣିଷକୁ ଆନନ୍ଦ ମିଳିଥାଏ । ତେଣୁ ସ୍ୱେଚ୍ଛାସେବକମାନେ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସମାଜର ହିତ ନେଇ ବିଭିନ୍ନ କାର୍ୟ୍ୟ କରିବାକୁ ସଙ୍କଳ୍ପ କରିଥିଲେ ।

Leave A Reply

Your email address will not be published.