Latest Odisha News

ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ଭୁବନେଶ୍ୱର ପୁସ୍ତକ ମେଳା

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ଭୁବନେଶ୍ୱର ପୁସ୍ତକ ମେଳା “ଅକ୍ଷର”। ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଏହା ଅନୁଷ୍ଠିତ ହେବ।

ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ,ରାଜଧାନୀ ପୁସ୍ତକ ମେଳା କମିଟି ,ଏକାମ୍ର ପୁସ୍ତକ ମେଳା କମିଟି, କଳିଙ୍ଗ ପୁସ୍ତକ ମେଳା କମିଟି ଓ କଟକ ପବ୍ଲିସର୍ସ ଆସୋସିଏସନର ମିଳିତ ସହଯୋଗରେ ଏହା ଆୟୋଜିତ ହେବ। ଏଥିରେ ପ୍ରାୟ ୫୦୦ଟି ଷ୍ଟଲ ଖୋଲିବ । ଓଡ଼ିଶା ତଥା ଓଡ଼ିଶା ବାହାରର ବିଭିନ୍ନ ପ୍ରକାଶନୀ ସଂସ୍ଥା ଓ ସରକାରୀ ସାହିତ୍ୟ ଅନୁଷ୍ଠାନ ସବୁ ନିଜ ନାମରେ ଷ୍ଟଲ ବୁକ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.