ମାଲକାନଗିରି: ଏମଭି ୨୬ ଗାଁରେ ଧିରେ ଧିରେ ଶାନ୍ତି ଫେରୁଛି। ଜିଲ୍ଲା ପ୍ରଶାସନ ତରଫରୁ କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିବା ବେଳେ ରନ୍ଧା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଛି। ଗାଁରେ ବିଦ୍ୟୁତ ସଂଯୋଗ କରିବା ପାଇଁ ବିଦ୍ୟୁତ ବିଭାଗ ଓ ପାଣି ପାଇପ ମରାମତି କରିବା ପାଇଁ ପଞ୍ଚାୟତକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନର ସର୍ଭେରୁ ଜଣାପଡିଛି ଯେ ଏମ.ଭି ୨୬ ହିଂସା କାଣ୍ଡରେ ୨୪୦ ଘର ଓ ଦୋକାନ ନିଆଁରେ ପୋଡି ପାଉଁଶ ହୋଇଯାଇଛି।
୩ କୋଟି ୪୦ ଲକ୍ଷ ଟଙ୍କାର ଆସବାହ ପତ୍ର ନଷ୍ଟ ହୋଇଛି । ଲୋକଙ୍କ ଘର ଓ ଅନ୍ୟାନ୍ୟ ସାମଗ୍ରୀର ଆକଳନ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି। ଆଜି ଭାରତୀୟ ରେଡ଼ କ୍ରସ ତରଫରୁ ଅନେକ ରିଲିଫ ସାମଗ୍ରୀ ଆସିଥିବା ବେଳେ ସେସବୁ ଏମଭି ୨୬ ଗାଁରେ ବଣ୍ଟନ କରାଯିବ। ସେପଟେ ଏମଭି ୨୬ ଗାଁ ରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଥିବା ବେଳେ ଇଣ୍ଟରନେଟ ସେବା କଟକଣାକୁ ଆହୁରୀ ୩୬ ଘଣ୍ଟା ପର୍ଯ୍ୟନ୍ତ ବଢେଇ ଦିଆଯାଇଛି।
ସୋମବାର ଦିନ ୧୨ଟା ଯାଏଁ ଇଣ୍ଟରନେଟ୍ କଟକଣା ବଳବତ୍ତର ରହିବ। ଏମ୍ଭି ୨୬ ଓ ରାଖେଲଗୁଡ଼ା ଗାଁ ବିବାଦକୁ ନେଇ ପ୍ରଶାସନର ନିଷ୍ପତ୍ତି। ଇଣ୍ଟରନେଟ୍ କଟକଣା ବୃଦ୍ଧି ନେଇ ମାଲକାନଗିରି ଜିଲ୍ଲାପାଳଙ୍କ ସୂଚନା ସ୍ଥିତିକୁ ଦୃଷ୍ଟିରେ ରଖି ସୋମବାରରୁ ଲାଗିଥିବା BNSS ୧୬୩ ହଟିଲା। ତେବେ ଏହି ଘଟଣାରେ ମୋଟ୍ ୬ ଜଣଙ୍କୁ ଗିରଫ କରାଯାଇଥିବା କହିଲେ ଜିଲ୍ଲାପାଳ।