Latest Odisha News

BREAKING NEWS

‘ୱାର୍କ ଫ୍ରମ ହୋମ’ ବେଳେ କମୁଛି କି ଇଣ୍ଟରନେଟ୍ ସ୍ପିଡ; ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: କରୋନାଭାଇରସ୍ ବିରୋଧରେ ସାରା ଦେଶରେ ଲକଡାଉନ ଜାରି କରାଯାଇଥିବା ବେଳେ ଅନେକ ସରକାରୀ ତଥା ବେସରକାରୀ ସଂସ୍ଥା ‘ୱାର୍କ ଫ୍ରମ ହୋମ’କୁ ଗୁରୁତ୍ୱ ଦେଇଛନ୍ତି । ଯାହାଫଳରେ କର୍ମଚାରୀମାନେ ଘରେ ବସି କାମ କରୁଛନ୍ତି ।

ଘରେ ବସି କାମ କରିବା ବେଳେ ଯଦି ଆପଣଙ୍କ ଇଣ୍ଟରନେଟ୍ ସ୍ଲୋ ହେଉଥିଲେ ଆପଣାନ୍ତୁ ଏହିସବୁ ଉପାୟ…

-ଆପଣ ପ୍ରଥମେ ୱେବସାଇଟରେ ନିଜର ଇଣ୍ଟରନେଟ୍ ସ୍ପିଡ କେତେ ଅଛି ଚେକ୍ କରନ୍ତୁ

-ଆପଣଙ୍କ ପାଖରେ ଫୁଲ୍ ନେଟ୍ ଥାଇବି ବ୍ରାଉଜିଂ ବେଳେ ଅସୁବିଧା ହେଉଛି, ତାହେଲେ ନିଜର କମ୍ପ୍ୟୁଟର ନେଟୱର୍କରେ ସମସ୍ୟା ଥାଇପାରେ ।

-ଆପଣ ଏକସମୟରେ ଅଧିକ ବ୍ରାଉଜିଂ ବା ପେଜ ଖୋଲା ରଖନ୍ତୁ ନାହିଁ ।

-ଏହାବ୍ୟତିତ ରାଉଟର ଯୋଗେ ନେଟ୍ ଚଲାଉଥିଲେ ଏହାକୁ ରିବ୍ୟୁଟ୍ କରନ୍ତୁ ।

-ଆହୁରି ମଧ୍ୟ ମୋବାଇଲ୍ କିମ୍ବା କମ୍ପ୍ୟୁଟରେ ରହୁଥିବା ଅଦରକାରୀ କ୍ୟାଚେକୁ ମଧ୍ୟ ନିୟମିତ ଡିଲିଟ୍ କରିବାକୁ ଭୁଲନ୍ତୁ ନାହିଁ । ଅନେକ ସମୟରେ କ୍ୟାଚେ ଯୋଗୁଁ ନେଟ୍ ସ୍ପିଡ୍ କମିଥାଏ ।

 

Leave A Reply

Your email address will not be published.