Latest Odisha News

BREAKING NEWS

କରୋନା ମୁକାବିଲା ଲାଗି ‘ସାଇ ଇଣ୍ଟରନ୍ୟାସନାଲ୍’ ଷ୍ଟାଫ ଦାନ କଲେ ଦରମା

ଭୁବନେଶ୍ୱର: କରୋନା ଭୂତାଣୁର ମୁକାବିଲା ଲାଗି ରାଜ୍ୟ ସରକାର ନେଉଥିବା ପଦକ୍ଷେପକୁ ତ୍ୱରାନ୍ୱିତ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅକୁଣ୍ଠିତ ଚିତ୍ତରେ ଦାନ କରିବାକୁ ସାଇ ଇଣ୍ଟରନ୍ୟାସନାଲ ପ୍ରତିଷ୍ଠାତା ଡଃ ବିଜୟ କୁମାର ସାହୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ପ୍ରଥମ ପଦକ୍ଷେପ ସ୍ୱରୂପ ସାଇ ଇଣ୍ଟରନ୍ୟାସନାଲର ସମସ୍ତ ଷ୍ଟାଫ ଏବଂ ସଦସ୍ୟମାନେ ଗୋଟିଏ ଦିନର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି । ଏପରିକି ଏହି ପାଣ୍ଠିକୁ ନିଜର ଗୋଟିଏ ଦିନର ସ୍କୁଲ ଫିକୁ ଦାନ କରିବା ଲାଗି ସମସ୍ତ ଛାତ୍ରଛାତ୍ରୀ ଇଚ୍ଛା ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଡଃ ସାହୁ ଗୋଟିଏ ମାସର ଦରମା ଦାନ କରିବାକୁ ଏକ ପ୍ରେସ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି । ଏପରିକି ନିଜ ସହଧର୍ମିଣୀ ତଥା ସାଇ ଇଣ୍ଟରନ୍ୟାସନାଲର ଉପାଧ୍ୟକ୍ଷା ଶିଳ୍ପୀ ସାହୁ ମଧ୍ୟ ନିଜର ଗୋଟିଏ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିବାକୁ ସହମତି ପ୍ରକାଶ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଡଃ ସାହୁ ସମସ୍ତଙ୍କୁ ଭୟଭୀତ ନହୋଇ କରୋନା ଭୂତାଣୁ ସହିତ ମୁକାବିଲା କରିବାକୁ ନିବେଦନ କରିଛନ୍ତି ।

“ପ୍ରତ୍ୟେକ ଭାରତୀୟ ସମସ୍ତ ଭୟାନକ ପରିସ୍ଥିତିକୁ ମୁକାବିଲା କରି ଉଦାହରଣ ପାଲଟିବେ,” ଡଃ ସାହୁ ଏହା କହିବା ସହିତ ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.