Latest Odisha News

BREAKING NEWS

ନୀରବ ମୋଦିଙ୍କ ପତ୍ନୀଙ୍କୁ ଗିରଫ ପାଇଁ ଜାରି ହେଲା ରେଡ୍ କର୍ଣ୍ଣର ନୋଟିସ

ନୂଆଦିଲ୍ଲୀ: ଋଣ ଖିଲାପକାରୀ ନୀରବ ମୋଦିଙ୍କ ପତ୍ନୀ ଆମି ମୋଦିଙ୍କ ନାଁରେ ଜାରି ହୋଇଛି ୱାରେଂଟ । ତାଙ୍କୁ ଗିରଫ କରିବା ପାଇଁ ଇଂଟରପୋଲ୍ ପକ୍ଷରୁ ତାଙ୍କ ନାଁରେ ରେଡ୍ କର୍ଣ୍ଣର ନୋଟିସ ତଥା ଗ୍ଲୋବାଲ ଆରେଷ୍ଟ ୱାରେଂଟ ଜାରି ହୋଇଛି । ଅମି ମୋଦିଙ୍କ ନାଁରେ ଭାରତରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଛି । ଏହି ଆଧାରରେ ଇଂଟରପୋଲ ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଛି ।

୨୦୧୯ରେ ଶେଷଥର ପାଇଁ ଆମି ମୋଦିଙ୍କୁ ଆମେରିକାରେ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ସେ କେଉଁଠି ଅଛନ୍ତି ଏବଂ କ’ଣ କରୁଛନ୍ତି ତାର ଖବର କାହା ପାଖରେ ମଧ୍ୟ ନାହିଁ । ।ମି ମୋଦିଙ୍କ ବ୍ୟତୀତ ନୀରବ ମୋଦି, ତାଙ୍କ ଭାଇ ନେହାଳ ମୋଦି, ଭଉଣୀ ପୂର୍ବୀଙ୍କ ନାଁରେ ମଧ୍ୟ ରେଡ୍ କର୍ଣ୍ଣର ନୋଟିସ ଜାରି ହୋଇଛି ।

ଅନ୍ୟପଟେ ଭାରତରୁ ପ୍ରାୟ ୧୪ ହଜାର କୋଟି ଋଣ ନେଇ ବ୍ରିଟେନ୍ ପଳାଇଥିବା ତାଙ୍କ ସ୍ୱାମୀ ନୀରବ ମୋଦିଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.