Latest Odisha News

BREAKING NEWS

ଭାରତ ଛାଡିବେ ସଂଜୟ ଦତ୍ତ, ଆମେରିକା ନହେଲେ ସିଙ୍ଗାପୁର !

ମୁମ୍ବାଇ: ଗତମାସ ଫୁସ୍‌ଫୁସ୍ କ୍ୟାନ୍ସରରେ ପୀଡିତ ଥିବା ନେଇ ସଂଜୟ ଦତ୍ତ ଜାଣିବାକୁ ପାଇଥିଲେ । ଆଉ ଏବେ ଚିକିତ୍ସା ପାଇଁ ଆମେରିକା ଯିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ପ୍ରାଥମିକ ଚିକିତ୍ସା ପାଇଁ ସେ ଏବେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଅଛନ୍ତି ।

ତାଜା ରିପୋର୍ଟ ଅନୁଯାୟୀ ସଂଜୟ ଦତ୍ତ ଭିସା ପାଇଁ ଆବେଦନ କରିଛନ୍ତି । ହେଲେ ୧୯୯୩ ବୋମା ବିସ୍ଫୋରଣ ମାମଲାରେ ସଂପୃକ୍ତି ମାମଲା ତାଙ୍କ ରାସ୍ତାର କଣ୍ଟା ସାଜିଛି । ତେବେ ସଂଜୟଙ୍କର ଜଣେ ସାଙ୍ଗ ଚିକିତ୍ସା ଆଧାରରେ ୫ବର୍ଷ ପାଇଁ ଭିସାର ବ୍ୟବସ୍ଥା କରିଥିବା ଜଣାପଡିଛି । ସ୍ତ୍ରୀ ମାନ୍ୟତା ଓ ଭଉଣୀ ପ୍ରିୟାଙ୍କ ସହ ସେ ଚିକିତ୍ସା ପାଇଁ ଆମେରିକାର ଜଣାଶୁଣା ହସ୍ପିଟାଲକୁ ଯିବା ନେଇ ଶୁଣିବାକୁ ମିଳିଛି । ପୂର୍ବରୁ ସଂଜୟଙ୍କ ମା ନର୍ଗିସ୍ ବି କ୍ୟାନ୍ସରରେ ପୀଡିତ ହୋଇ ନ୍ୟୁୟର୍କର ମେମୋରିଆଲ ସ୍ଲୋନ୍ କେଟେରିଂ କ୍ୟାନ୍ସର ସେଣ୍ଟରରେ ଚିକିତ୍ସିତ ହୋଇଥିଲେ । ପରେ ଋଷି କାପୁର, ମନିଷା କୋଇରାଲା ଓ ସୋନାଲି ବେନ୍ଦ୍ରେ ବି ଏହି ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ।

ତେବେ ଏପରି ବି ଶୁଣିବାକୁ ମିଳିଥିଲା ଯେ, ଯଦି ଆମେରିକା ପାଇଁ ସୁବିଧା ନ ହୁଏ । ଚିକିତ୍ସା ପାଇଁ ସଂଜୟ ସିଙ୍ଗାପୁର ଯିବା ପାଇଁ ମଧ୍ୟ ଯୋଜନା କରିଥିଲେ । ହେଲେ ସବୁକିଛି ଠିକଠାକ୍ ଥିବାରୁ ସଂଜୟ ଆମେରିକା ଯିବା ନେଇ ଏକପ୍ରକାର ନିଶ୍ଚିତ ହୋଇଛି ।

Leave A Reply

Your email address will not be published.