କୋରାପୁଟ: ସୋମବାର କୋରାପୁଟ ସାଇବର ପୋଲିସ ଜଣେ ଆନ୍ତଃରାଜ୍ୟ ସାଇବର ଠକକୁ ଗିରଫ କରିଛି । ଏହା ସହ ତା ନିକଟରୁ ନଗଦ ୨ ଲକ୍ଷ ଟଙ୍କା, ୧୦ ଟି ଚେକ୍ ବୁକ୍ ଓ ଗୋଟିଏ ମୋବାଇଲ ଜବତ କରିଥିବା ସୂଚନା ରହିଛି ।
ଗଣମାଧ୍ୟମକୁ ଖବର ଦେଇ ଅତିରିକ୍ତ ଏସପି ମନବ୍ରତା ଶତପଥୀ ସୂଚନା କହିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ ଜଣକ ହେଉଛି ଅବତାବ ଅଲ୍ଲୀ (୨୨) । ତାକୁ ଝାଡ଼ଖଣ୍ଡର ରାଧାନଗର ଥାନା ଅଞ୍ଚଳରୁ କୋରାପୁଟ ସାଇବର ପୋଲିସ ଧରିବାରେ ସଫଳ ହୋଇଛି ।
ତେବେ କୋରାପୁଟ ରେଲଓ୍ବେ ବିଭାଗରେ କାର୍ଯ୍ୟରତ ଭରତ ଭୂଷଣ ବର୍ଗେ (୩୧)ଙ୍କ ଠାରୁ ପର୍ଯ୍ୟକ୍ରମେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେବା ନେଇ କୋରାପୁଟ ସାଇବର ଥାନାରେ ଏତଲା ଦେଇଥିଲେ । ଏତଲାକୁ ଆଧାରକରି କୋରାପୁଟ ସାଇବର ପୋଲିସ ୧୩/୨୦୨୪ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଯାହାପରେ ଏହି ସାଇବର ଠକକୁ ଧରିବାରେ ସଫଳ ହୋଇଛି ପୋଲିସ ।
Comments are closed.