Latest Odisha News

ଜାମଶେଦପୁରରେ ନିବେଶକଙ୍କୁ ଓଡି଼ଶା ନିମନ୍ତ୍ରଣ, ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ

ଭୁବନେଶ୍ୱର: ଦେଶର ଏକ ଅଗ୍ରଣୀ ଶିଳ୍ପଖଣ୍ଡ ହେବାର ନିରନ୍ତର ପ୍ରୟାସରେ ଓଡ଼ିଶା ସରକାର ଏବଂ କନଫେଡେରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ସହ ଏକ ମିଳିତ ନିବେଶକ ବୈଠକ ଆୟୋଜିତ ହୋଇଯାଇଛି। ଏପ୍ରିଲ ୧୩ ଏବଂ ୧୪ରେ ଜାମଶେଦପୁର ଠାରେ ଦୁଇ ଦିନିଆକାର୍ଯ୍ୟକ୍ରମରେ ଝାଡ଼ଖଣ୍ଡର ୧୨୦ରୁ ଅଧିକ ନିବେଶକ ଯୋଗ ଦେଇଥିଲେ।

ମେଟାଲ, ମେଟାଲ ଡାଉନଷ୍ଟ୍ରିମ, କେମିକାଲ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ରାଜ୍ୟରେ ପୁଞ୍ଜି ନିବେଶର ସୁଯୋଗ ବିଷୟରେ ଆଲୋଚନା ହୋଇଥିଲା। ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ରାଜ୍ୟରେ ପୁଞ୍ଜି ବିନିଯୋଗ ସମ୍ଭାବନା ଦର୍ଶାଇଥିଲେ।

ଏହି ଅବସରରେ ସେ କହିଛନ୍ତି, ଦେଶର ମୋଟ ଖଣିଜ ଉତ୍ପାଦନର ୩୪.% ଅଂଶୀଦାର ହେଉଛି ଓଡ଼ିଶା। ରାଜ୍ୟରେ କ୍ରୋମାଇଟ୍, ନିକେଲ୍, ବକ୍ସାଇଟ୍, ମାଙ୍ଗାନିଜ୍ ଏବଂ

ଆଇରନ, ଓର ଉତ୍ପାଦନରେ ଓଡ଼ିଶା ଏକ ନମ୍ବର।

ଓଡି଼ଶା ପାଖରେ ବାର୍ଷିକ ୩୦ ମିଲିୟନ ଟନ୍ ଷ୍ଟିଲ୍ ଉତ୍ପାଦନ କରିବାର କ୍ଷମତା ରହିଛି ୨୦୩୦ ସୁଦ୍ଧା ଏହି କ୍ଷମତା ୧୦୦ ମିଲିୟନ ଟନ୍ କୁ ବୃଦ୍ଧି ପାଇବାଆଶା ରଖାଯାଇଛି ବୋଲି ମନ୍ତ୍ରୀ ମିଶ୍ର କହିଛନ୍ତି।

ଝାଡ଼ଖଣ୍ଡ ସିଆଇଆଇ ଷ୍ଟେଟ୍ କାଉନସିଲ ଅଧ୍ୟକ୍ଷ ତାପସ ସାହୁ ନିବେଶକମାନଙ୍କୁ ସ୍ବାଗତ କରିବା ସହିତ ଓଡ଼ିଶା ଏବଂ ଝାଡ଼ଖଣ୍ଡର ସମାନତା ଉପରେଆଲୋକପାତ କରିଥିଲେ। ଶିଳ୍ପ ଅଭିବୃଦ୍ଧି ଦୃଷ୍ଟିକୋଣରୁ ସେ ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କରିଥିଲେ। ଶିଳ୍ପ ସଚିବ ହେମନ୍ତ ଶର୍ମା ରାଜ୍ୟର ସ୍ଥାୟୀସରକାର ପୁଞ୍ଜି ନିବେଶର ସୁଯୋଗ ବିଷୟ ଉପସ୍ଥାପନା କରିଥିଲେ। ଇପିକଲ ଇଡକୋ ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ କହିଥିଲେ, ଓଡି଼ଶା ଏବେ ସମସ୍ତ ଭିତ୍ତିଭୂମି ସହ ପୁଞ୍ଜି ବିନିଯୋଗ ପାଇଁ ପ୍ରସ୍ତୁତ। ଝାଡ଼ଖଣ୍ଡର ନିବେଶକ ଏହାର ଲାଭ ଉଠାଇବା ଦରକାର।

Comments are closed.