Latest Odisha News

BREAKING NEWS

ରାଜଧାନୀରେ ଚାଞ୍ଚଲ୍ୟ: ଗଛରେ ବନ୍ଧା ହୋଇଛି ମୃତଦେହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନାଲକୋ ଛକରେ ଗଛରେ ବନ୍ଧା ହୋଇଛି ମୃତଦେହ। ନାଲକୋ ଛକରେ ଥିବା ଏକ ବଡ଼ ଗଛରେ ବେକକୁ ଗାମୁଛାରେ ବନ୍ଧା ହୋଇ ବସିଥିବା ଅବସ୍ଥାରେ ଜନୈକ ଯୁବକର ମୃତଦେହ ଦେଖିବାକୁ ମିଳିଛି । ଏଯାଏ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି ।

ବ୍ୟକ୍ତିଜଣକ ବେକରେ ଗାମୁଛା ଦେଇକି ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ଜଣା ପଡୁଥିବା ବେଳେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

Leave A Reply

Your email address will not be published.