ଟୋକିଓ: ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ମୁଖ୍ୟ (ଆଇଓସି) ମୁଖ୍ୟ ଥମାସ ବାକ୍ ଗୁରୁବାର ଦୃଢ଼ତା ସହକାରେ କହିଛନ୍ତି ଯେ, ଟୋକିଓ ଅଲିମ୍ପିକ୍ସ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଆୟୋଜିତ ହେବ । ଏଥିପାଇଁ କୌଣସି ପ୍ଲାନ ବି ନାହିଁ । ୨୩ ଜୁଲାଇରୁ ଟୋକିଓରେ ଅଲିମ୍ପିକ୍ସର ବିଗୁଲ ବାଜିବ । ସୁରକ୍ଷା ସହକାରେ ଏହାକୁ ସଫଳ କରିବା ଆମର ମୂଳ ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି । ତେବେ ଏଥିପାଇଁ କେତେକ ନିୟମାବଳୀ ଲାଗୁ କରାଯିବ । କାରଣ କାହାର ଜୀବନକୁ ବିପଦରେ ପକାଇ ଏହା ଆୟୋଜିତ ହେବ ନାହିଁ ।
ଜାପାନର ପ୍ରଧାନମନ୍ତ୍ରୀ ୟୋଶିଦେ ସୁଗା କହିଛନ୍ତି ଅଲିମ୍ପିକ ମାଧ୍ୟମରେ ଆମେ କରୋନାକୁ ହରାଇଛେ ବୋଲି ପ୍ରମାଣିତ କରିପାରିବେ । ଟୋକିଓରେ କରୋନା ସଂକ୍ରମିତଙ୍କ ହାର କମିଥିବା ସତ୍ୱେ ଏବେ ପ୍ରତ୍ୟେକ ଦିନ ୧୦୦୦ ପାଖାପାଖି କେସ୍ ଆସୁଛି ।
Comments are closed.