Latest Odisha News

ସିଂହଦ୍ଵାର ଥାନାରେ ହାଜର ହେବେ ଅନିମେଶ ଚକ୍ରବର୍ତ୍ତୀ

ପୁରୀ : ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଲେ ପୁରୀ ଏସ୍ପି । କହିଲେ ଆଇନଗତ  ଭାବରେ ଅନିମେଶଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ସହ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରିବା ଘଟଣାରେ ପୁରୀ ସିଂହଦ୍ଵାର ଥାନାରେ ଅନିମେଶ ଚକ୍ରବର୍ତ୍ତୀଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ତାଙ୍କୁ ନୋଟିସ ଜାରି କରାଯାଇଛି । ଅଭିଯୁକ୍ତ ଅନିମେଶ ଚର୍କବର୍ତ୍ତୀ ପଶ୍ଚିମବଙ୍ଗର ଗୁମା ଅଞ୍ଚଳର ବାସିନ୍ଦା ।

ଏନେଇ ପୋଲିସ ପକ୍ଷରୁ ୧୬୦ ସିଆରପିସି ଅଧୀନରେ ନୋଟିସ ଦିଆଯାଇଛି । ନୋଟିସ ଅନୁଯାୟୀ ଜେରା ପାଇଁ ସିଂହଦ୍ଵାର ଥାନାରେ ଅନିମେଶକୁ ହାଜର ହେବା ପାଇଁ ନିର୍ଦେଶ ରହିଛି । ତେବେ ପୋଲିସର ବିନା ଅନୁମତିରେ ଅନିମେଶ କିଭଳି ଭାବେ ୟୁଟ୍ୟୁବ ଭିଡିଓରେ ପୋଲିସର ଲୋଗୋ ବ୍ୟବହାର କରିଥିଲା ସେନେଇ ମଧ୍ୟ ତଦନ୍ତ କରାଯାଉଛି । ସ୍ୱତନ୍ତ୍ର ଟିମ୍‌ ଅଧିକାରୀଙ୍କ ତଦନ୍ତ ପରେ ଆଇନ ଅନୁଯାୟୀ ସମ୍ପୃକ୍ତ ଯୁବକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି କନୱର ବିଶାଳ ସିଂ କହିଛନ୍ତି ।

Leave A Reply

Your email address will not be published.