Latest Odisha News

ଆଜିଠାରୁ iPhone 16eର ପ୍ରି-ବୁକିଂ ଆରମ୍ଭ

ନୂଆଦିଲ୍ଲୀ: ଆପଣ ଆଜି ସନ୍ଧ୍ୟା ୬:୩୦ରୁ ଆପଲର ଲାଟେଷ୍ଟ ଆଇଫୋନ୍ 16e ମଡେଲ୍ ର ପ୍ରି-ବୁକ୍ କରିପାରିବେ । ଏହି ଫୋନର ଡେଲିଭରି ୨୮ ଫେବୃଆରୀରୁ ଆରମ୍ଭ ହେବ। iPhone16eକୁ ବ୍ଲାକ୍ ଏବଂ ହ୍ବାଇଟ୍ କଲର ଅପ୍ସନରେ ଲଞ୍ଚ କରାଯାଇଛି ।

iPhone 16e ଭାରତରେ ପ୍ରାରମ୍ଭିକ ମୂଲ୍ୟରେ ୫୯,୯୦୦ ଟଙ୍କାରେ ଲଞ୍ଚ କରାଯାଇଛି । ଯଦି ଆପଣ ଏକାଥରକେ ଏତେ ଟଙ୍କା ଦେବାକୁ ଚାହୁଁନାହାଁନ୍ତି, ତେବେ ଆପଣ ଏହାକୁ EMI ରେ ମଧ୍ୟ କିଣି ପାରିବେ । ଏଥିରେ ଆପଣଙ୍କୁ ମାସିକ ମାତ୍ର ୨,୪୯୬ ଟଙ୍କା ଦେବାକୁ ପଡିବ । ଭଲ କଥା ହେଉଛି କମ୍ପାନୀ ଆପଣଙ୍କୁ ନୋ କଷ୍ଟ ଇଏମଆଇ(EMI)ର ବିକଳ୍ପ ଦେଉଛି ।

ଏହି ଫୋନ୍ ୬.୧ ଇଞ୍ଚର ସୁପର ରେଟିନା XDR OLED ଡିସପ୍ଲେ ସହିତ ଆସିଥାଏ, ଯାହା ୬୦ Hz ଏବଂ ୮୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରିଥାଏ । ଆପଲର ଏହି ଲାଟେଷ୍ଟ iPhone iOS 18 ଉପରେ କାମ କରିଥାଏ । ଏଥିରେ ସିରାମିକ୍ shield ମେଟେରିଆଲର ପ୍ରୋଟେକ୍ସନ୍ ଦିଆଯାଇଛି । ଏହି ଲାଟେଷ୍ଟ iPhone ରେ ୩ nm A18 Bionic ଚିପ୍ ସହିତ ଆସିଥାଏ ।

ଆପଲ ର ଲାଟେଷ୍ଟ ଫୋନ୍ ଗୁଡିକରେ, ଆପଣ ପୂର୍ବ ଆଇଫୋନ୍ ମଡେଲ୍ ତୁଳନାରେ ଭଲ AI ସପୋର୍ଟ ମିଳୁଛି । ଏଥିରେ ଚାଟ୍ ଜିପିଟି,ସିରି ଏବଂ ଆପଲ୍ ଇଣ୍ଟେଲିଜେନ୍ସ ଫିଚର ମିଳୁଛି ।

iPhone 16e ର ବ୍ୟାକରେ ୪୮ MPର ମେନ୍ କ୍ୟାମେରା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୧୨ MP ର କ୍ୟାମେରା ରହିଛି । ଆପଲ ନିଜର ଏହି ଲାଟେଷ୍ଟ ଆଇଫୋନରେ ମଧ୍ୟ ଆକ୍ସନ ବଟନ ଦେଇଛି । ଏହି ଆଇଫୋନ୍ USB Type C ଚାର୍ଜିଂ ଫିଚର ରହିଛି । କନେକ୍ଟିଭିଟି ପାଇଁ ବ୍ଲୁଟୁଥ୍ ୫.୩, NFC, Wi-Fi 6 ଭଳି ଫିଚର୍ସ ରହିଛି ।

Comments are closed.