Latest Odisha News

BREAKING NEWS

୧୯ରେ ଆଇପିଏଲ ନିଲାମ ପ୍ରକ୍ରିୟା; ସାମିଲ ହେବେ ୩୩୨ ନାମୀ କ୍ରିକେଟିୟର୍ !

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୨୦୨୦ ଇଣ୍ଡିଆନ ପ୍ରିମିୟର ଲିଗ୍ ନିଲାମ ପାଇଁ ଖେଳାଳୀ ସୂଚୀ ଚୂଡାନ୍ତ କରିଛି । ଏଥର ନିଲାମ ପ୍ରକ୍ରିୟାରେ ୩୩୨ ଖେଳାଳି ସାମିଲ ହେବେ ।

୧୯ ଡିସେମ୍ବର ଅପରାହ୍ନ ୩ଟା୩୦ରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବରୁ ୯୯୭ ଖେଳାଳିଙ୍କ ନାମ ପଂଜିଭୂତ କରାଯାଇଥିଲା ।
ଭାରତର ୧୮୬, ବିଦେଶରୁ ୧୪୩ ଓ ଆସୋସିଏଟ ଦେଶର ୩ ଖେଳାଳି ନିଲାମରେ ସାମିଲ ହେବେ । ଅଷ୍ଟ୍ରେଲିଆର ସର୍ବାଧିକ ୩୫ ଖେଳାଳି ଶର୍ଟ ଲିଷ୍ଟରେ ସ୍ଥାନ ପାଇଛନ୍ତି । ୨ କୋଟି ବେସ୍ ପ୍ରାଇସରେ ଭାରତର କେହି ଖେଳାଳି ନାହାନ୍ତି ।

ଏଥିରେ ଅଷ୍ଟ୍ରେଲିଆର ୫ ଜଣ ଖେଳାଳି ରହିଛନ୍ତି ସେମାନେ ହେଲେ ଗ୍ଲେନ ମ୍ୟାକ୍ସୱେଲ, କ୍ରିସ ଲିୟନ, ପ୍ୟାଟ କୁମିନ୍ସ, ଜୋଶ ହାଜେଲଉଡ ଓ ମିଚେଲ ମାର୍ଶ ।

ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଲଙ୍କାର ଆଞ୍ଜେଲା ମାଥ୍ୟୁସ ଓ ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେଇନ ଟପ ବ୍ରାକେଟରେ ରହିଛନ୍ତି । ୧.୫ କୋଟିରେ ରବିନ ଉଥପ୍ପା ରହିଥିବା ବେଳେ ପୀୟୂଷ ଚାୱଲା, ୟୁସୁଫ ପଠାନ ଓ ଜୟଦେବ ଉନାଡକଟ ୧ କୋଟି ଟଙ୍କା ବ୍ରାକେଟରେ ରହିଛନ୍ତି । ୪୮ ବର୍ଷୀୟ ପ୍ରବୀଣ ଟାମ୍ବେ ସୁବଠାରୁ ବୟସ୍କ ଓ ଆଫଗାନିସ୍ତାନ ସ୍ପିନର ନୁର ଅହମ୍ମଦ (୧୫ ବର୍ଷୀୟ) ସର୍ବ କନିଷ୍ଠ ଖେଳାଳି ଭାବେ ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.